ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍ ଭାବେ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟି୨୦ ଟିମ୍ ଲାଗି ସେ ନୂଆ ଅଧିନାୟକ ନିଯୁକ୍ତ କରିବାକୁ ଚାହୁଁଛନ୍ତି। ହେଲେ ସେ ହାର୍ଦ୍ଦିକ ପାଣ୍ଡ୍ୟା ନୁହନ୍ତି ବରଂ ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ବିଚାର କରୁଛନ୍ତି। ଉକ୍ତ କ୍ରିକେଟର କେବଳ ଶ୍ରୀଲଙ୍କା ସିରିଜ ନୁହେଁ ବରଂ ଦୀର୍ଘ ସମୟ ଯାଏ ଏହି ପଦରେ ରହିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।ଟିମ୍ ଇଣ୍ଡିଆ ଟି୨୦ ବିଶ୍ୱକପ୍ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏହି ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଣୁ ଏହି ଦାୟିତ୍ୱ ଏବେ କିଏ ତୁଲାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଜିମ୍ବାଓ୍ବେ ସିରିଜରେ ଶୁଭମନ ଗିଲ ଅଧିନାୟକ ହୋଇଥିଲେ। ହେଲେ ସିରିଜରେ ବିଶ୍ୱ ଚାମ୍ପିଅନ ଟିମ୍ର ବରିଷ୍ଠ ଖେଲାଳି ନ ଥିଲେ। ଏବେ ଜୁଲାଇ ୨୭ରେ ହେବାକୁ ଥିବା ଶ୍ରୀଲଙ୍କା ଗସ୍ତରେ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ଋଷଭ ପନ୍ତଙ୍କ ଭଳି ଖେଳାଳି ଫେରିବେ। ଏଣୁ ହାର୍ଦ୍ଦିକଙ୍କୁ ନେତୃତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଥିଲା। କାରଣ ସେ ବିଶ୍ୱକପ୍ ସମୟରେ ଦଳର ଉପଅଧିନାୟକ ରହିବା ସହ ପୂର୍ବରୁ ଏକ ବର୍ଷ ଯାଏ ସେ ଏହି ଫର୍ମାଟରେ ଅଧିନାୟକ ରହିଥିଲେ।ପିଟିଆଇ ରିପୋର୍ଟରେ ଦାବି କରାଯାଇଛି ଯେ କୋଚ୍ ଗମ୍ଭୀର କେବଳ ଏହି ସିରିଜ ନୁହେଁ ବରଂ ଦୀର୍ଘ ସମୟ ଧରି ଯୋଜନା ସହ ନିଷ୍ପତ୍ତି ନେବାକୁ ଚାହୁଁଛନ୍ତି। ୨୦୨୬ ଟି୨୦ ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସେ ସ୍ଥିର ଅଧିନାୟକ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସୂର୍ଯ୍ୟକୁମାରଙ୍କ ନାମରେ ସହମତି ହେବାର ସମ୍ଭାବନା ରହିଛି। ଏହି ମାମଲାରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଗମ୍ଭୀର ଆଲୋଚନା କରିଛନ୍ତି। ଉଭୟ ମଙ୍ଗଳବାର ଅପରାହ୍ନରେ ପାଣ୍ଡ୍ୟାଙ୍କ ସହ କଥା ହୋଇ ନିଷ୍ପତ୍ତି ଏବଂ ଯୋଜନା ବିଷୟରେ କହିଛନ୍ତି।ତେବେ ସୂର୍ଯ୍ୟକୁମାର ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ମୋଟ ୭ ମ୍ୟାଚ୍ରେ ଅଧିନାୟକ ହୋଇଥିଲେ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post