ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଗଷ୍ଟ ୧୫ରୁ ମହିଳାଙ୍କ ପାଇଁ ରାଜ୍ୟ ଟ୍ରାନ୍ସପୋର୍ଟର ବସ୍ଗୁଡ଼ିକରେ ମାଗଣା ଯାତ୍ରା ଲାଗି ଘୋଷଣା କରିଛନ୍ତି।ରିପୋର୍ଟ ମୁତାବକ, ଏହି ଯୋଜନା ଆନ୍ଧ୍ରପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ(ଏପିଏସ୍ଆର୍ଟିସି) ଦ୍ୱାରା ସଂଚାଳିତ ପଲ୍ଲେ ବେଲୁଗୁ ଏବଂ ଏକ୍ସପ୍ରେସ୍ ବସ୍ରେ ଲାଗୁ ହେବ। ରାଜ୍ୟ ମଧ୍ୟରେ ସମସ୍ତ ଯାତ୍ରା ଲାଗି ଏହି ନିୟମ ରହିବ। ମହିଳାମାନେ ରାଜ୍ୟ ସୀମା ମଧ୍ୟରେ ଏହି ବସ୍ ଯୋଗେ ଯାତ୍ରା କରିପାରିବେ।ଏପିଏସ୍ଆର୍ଟିସି ଅଧିକାରୀମାନେ କର୍ନାଟକ ଏବଂ ତେଲେଙ୍ଗାନାଠାରୁ ଏହି ଯୋଜନାର କାର୍ଯ୍ୟକାରିଣୀ ସମ୍ପର୍କରେ ରିପୋର୍ଟ ମାଗିଛନ୍ତି। ତେବେ ଏହି ଯୋଜନା କାର୍ଯ୍ୟକାରୀ ହେଲେ ବର୍ଷକୁ ପ୍ରାୟ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ ବୋଲି ଅନୁମାନ କରାଯାଉଛି।ପ୍ରକାଶ ଯେ, ନାଇଡୁ ସରକାର ମହିଳାଙ୍କ ପାଇଁ ମାଗଣା ବସ୍ ସେବା ନେଇ ଘୋଷଣା କରିଥିଲେ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post