ଭାରତ ବିରୋଧରେ ଚାଇନା ଷଡ଼ଯନ୍ତ୍ର
ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା ପଡେ, ସେତେବେଳେ ଚାଇନା ସେମାନଙ୍କୁ କଳା ତାଲିକାଭୁକ୍ତ କରିବାର ପ୍ରସ୍ତାବ ଉପରେ ବୈଷୟିକ ଭାବେ ରୋକ ଲଗାଇ ଦେଇଥାଏ।ୟୁଏନ୍ଏସ୍ସି ଅଧୀନରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ନାମିତ କରିବାକୁ ଭାରତ ବାରମ୍ବାର ପ୍ରସ୍ତାବ ଦେଇଆସୁଛି। ହେଲେ ଚାଇନା ପ୍ରତ୍ୟେକ ଥର ଏଥିରେ ରୋକ ଲଗାଉଛି। ଏଥିପାଇଁ ଭାରତ ଅନେକ ଥର ଚାଇନାକୁ ଟାର୍ଗେଟ କରିଛି। ଚାଇନା ଅନେକ ଥର ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବାରେ ବାଧା ସୃଷ୍ଟି କରିଛି। ଦୁନିଆର କେତେକ ବଡ଼ ଆତଙ୍କବାଦୀଙ୍କୁ ନିଷେଧ କରିବା ସମୟରେ ମଧ୍ୟ ଚୀନ ସେମାନଙ୍କୁ ବଞ୍ଚାଇବାକୁ ଆଗେଇ ଆସୁଛି।ଚଳିତ ବର୍ଷ ପାକିସ୍ତାନରେ ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ ବହୁତ ବୃଦ୍ଧି ପାଇଛି। ଖଓ୍ବେର ପଖ୍ତୁନଖ୍ବାଠାରୁ ବାଲୁଚିସ୍ତାନ ପର୍ଯ୍ୟନ୍ତ ବିଦ୍ରୋହୀ ସଂଗ୍ରାମୀମାନେ ଚାଇନା ସହ ଜଡିତ ନିବେଶ ଉପରେ ବଡ଼ ଆକ୍ରମଣ କରିଛନ୍ତି। ମାର୍ଚ୍ଚରେ ହୋଇଥିବା ଏକ ବଡ଼ ଆକ୍ରମଣରେ ଡାସୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୫ ଜଣ ଚାଇନା ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା।ସିପିଇସି (ଚାଇନା ପାକିସ୍ତାନ ଇକୋନୋମିକ କରିଡର) ଯୋଜନା ଜାରି ରଖିବାକୁ ଚାଇନା ପାକିସ୍ତାନର ଆତଙ୍କବାଦୀଙ୍କ ସହ କୌଣସି ପଙ୍ଗା ନେବାକୁ ଚାହୁଁନାହିଁ। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡରରେ ଚାଇନା ନିଜର ଉଚ୍ଚାଭିଳାଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍ (ବିଆର୍ଆଇ) ଅଧୀନରେ ୬୨ ବିଲିୟନ ଡଲାର ବିନିଯୋଗ କରିଛି। ଏଣୁ ସେ ଏହି ଯୋଜନାକୁ ଯେକୌଣସି ମୂଲ୍ୟରେ ସମାପ୍ତ କରିବାକୁ ଚାହୁଁଛି।ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡ଼ିକର ମଧ୍ୟ ପ୍ରମାଣ ଅଛି ଯେ ଚାଇନା ଭାରତ ବିରୋଧରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଉଛି। ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ସହାୟତା ନେଉଛି। ଉଭୟେ ଆତଙ୍କବାଦୀଙ୍କୁ ଆଧୁନିକ ଉପକରଣ ଯୋଗାଉଛନ୍ତି। ଚାଇନାର ଏକ ସ୍ବତନ୍ତ୍ର ଉପକରଣ ଆତଙ୍କବାଦୀଙ୍କ ହାତରେ ପହଞ୍ଚିଛି।ରାଡାରକୁ ଏଡ଼ାଇବା ପାଇଁ ଆତଙ୍କବାଦୀଙ୍କୁ ଅଲ୍ଟ୍ରା ସେଟ୍ ଦିଆଯାଉଛି। ଏହାଦ୍ୱାରା ସୁରକ୍ଷା ବାହିନୀର ଚିନ୍ତା ବଢ଼ିଛି। ସେନା କହିଛି ଯେ ଏହି ଯନ୍ତ୍ରପାତି ପାକିସ୍ତାନୀ ସେନା ଦ୍ୱାରା ବ୍ୟବହୃତ ହେଉଛି ଏବଂ ଏହାକୁ ଚାଇନା ଦେଇଛି। ଏବେ ଏମାନେ ଆତଙ୍କବାଦୀଙ୍କ ହାତରେ ଲାଗିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ଏବଂ ଚାଇନା ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି।ଗଲୱାନ ଘଟଣା ପରଠାରୁ ଭାରତ ସମୁଦାୟ ଏଲ୍ଏସି ଯାଏ ମୋଟ ୨ ଲକ୍ଷ ଯବାନ ନିୟୋଜିତ କରିଛି।