ଭାରତ ରୁଷ୍ ସମ୍ପର୍କକୁ କାହିଁକି ନଜର ରଖୁଛି ଆମେରିକା ?
ଭାରତ ରୁଷ ସହିତ ନିଜର ସଂପର୍କକୁ ରୁଷ ଯୁକ୍ରେନ ବିବାଦକୁ ସମାପ୍ତ କରିବାକୁ ବ୍ୟବହାର କରୁ ବୋଲି ଆମେରିକାର ବିବୃତ୍ତି । ରୁଷ୍ ସହିତ ଭାରତର ଦୀର୍ଘ ଦିନର ସମ୍ପର୍କକୁ ବ୍ୟବହାର କରିବାକୁ ଆମେ ଉତ୍ସାହିତ କରିଛୁ ଏବଂ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବେଆଇନ ଯୁଦ୍ଧ ବନ୍ଦ କରିବାକୁ ଏବଂ ଏକ ଶାନ୍ତି ରକ୍ଷା କରିବାକୁ ଭାରତ ଅନୁରୋଧ କରୁ ବୋଲି ହ୍ବାଇଟ ହାଉସ୍ ପ୍ରେସ କନଫରେନ୍ସରେ ପାକ୍ ସମ୍ବାଦିକ ପ୍ରଶ୍ନର ଉତ୍ତରରେ ଏପରି ପ୍ରତିକ୍ରିୟା ଦେଇଛନ୍ତି ଆମେରିକା ବୈଦେଶିକ ମୁଖପାତ୍ର ମାଥ୍ୟୁ ମିଲର । ଜାତିସଂଘର ଚାର୍ଟର ଏବଂ ୟୁକ୍ରେନର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୈାମତ୍ୱକୁ ସମ୍ମାନ ଦେବା ପାଇଁ ଭ୍ଲାଦିମିର ପୁଟିନଙ୍କୁ ଭାରତ ତରଫରୁ କହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମିଲର୍ । ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ମସ୍କୋ ଯାତ୍ରା ସମଯରେ ମୋଦି ପୁଟିନ୍ ଙ୍କ ଉପରେ ପୁରା ବିଶ୍ବର ନଜର ଥିଲା ।