ଆକ୍ରମଣ ପରେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ସୋମବାର ରିପବ୍ଲିକାନ ନ୍ୟାସନାଲ କନଭେନସନ (ଆରଏନସି) ରେ ପହଞ୍ଚିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ। ଯେତେବେଳେ ଟ୍ରମ୍ପ ମିଲୱାକ୍ରେ ପହଞ୍ଚିଲେ, ସେତେବେଳେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ ଥିବା ଦେଖାଯାଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ ଗଡ ବ୍ଲେସ ୟୁଏସଏର ଗୀତ ମଧ୍ୟ ବଜାଯାଇଥିଲା। ସୂଚନାଯୋଗ୍ୟ, ଜୁଲାଇ ୧୩ରେ ପେନସିଲଭାନିଆରେ ଏକ ରାଲିରେ ଟ୍ରମ୍ପଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ବୁଲେଟ ଟ୍ରମ୍ପଙ୍କ କାନକୁ ବିଦ୍ଧ କରିଥିଲା। ଏହି ଆକ୍ରମଣର ୪୮ଘଣ୍ଟା ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବାଛିଲା। ଏହି ସମୟରେ ଟ୍ରମ୍ପ ଆରଏନସିରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଆମେରିକା-ଆମେରିକାର ସ୍ଲୋଗାନ ଦେଇଥିଲେ। ଏଥିସହ ଲୋକମାନେ ଟ୍ରମ୍ପଙ୍କ ପରି ହାତ ମୁଠା ଉଠାଇ ‘ଲଢ-ଲଢ’ ବୋଲି ସ୍ଲୋଗାନ ଦେଉଥିବା ନଜର ଆସିଥିଲେ। କନଭେନଶନ ସେଣ୍ଟରକୁ ଟ୍ରମ୍ପଙ୍କ ଆଗମନ ସମୟରେ ଲୋକମାନେ ’ୟ‘ଓ୍ବି ଲଭ ଟ୍ରମ୍ପ’ ସ୍ଲୋଗାନ ମଧ୍ୟ ଦେଇଥିଲେ।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ
Prev Post
Next Post