ଆକ୍ରମଣ ପରେ ପ୍ରଥମ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ ସୋମବାର ରିପବ୍ଲିକାନ ନ୍ୟାସନାଲ କନଭେନସନ (ଆରଏନସି) ରେ ପହଞ୍ଚିଥିଲେ। ଏହି ସମୟରେ ଲୋକମାନେ ତାଙ୍କୁ ଜୋରଦାର କରତାଳି ଦେଇ ସ୍ବାଗତ କରିଥିଲେ। ଯେତେବେଳେ ଟ୍ରମ୍ପ ମିଲୱାକ୍ରେ ପହଞ୍ଚିଲେ, ସେତେବେଳେ ତାଙ୍କ ଡାହାଣ କାନରେ ଏକ ବ୍ୟାଣ୍ଡେଜ ଥିବା ଦେଖାଯାଇଥିଲା। ତାଙ୍କୁ ସ୍ବାଗତ କରିବା ପାଇଁ ଗଡ ବ୍ଲେସ ୟୁଏସଏର ଗୀତ ମଧ୍ୟ ବଜାଯାଇଥିଲା। ସୂଚନାଯୋଗ୍ୟ, ଜୁଲାଇ ୧୩ରେ ପେନସିଲଭାନିଆରେ ଏକ ରାଲିରେ ଟ୍ରମ୍ପଙ୍କୁ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ବୁଲେଟ ଟ୍ରମ୍ପଙ୍କ କାନକୁ ବିଦ୍ଧ କରିଥିଲା। ଏହି ଆକ୍ରମଣର ୪୮ଘଣ୍ଟା ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ବାଛିଲା। ଏହି ସମୟରେ ଟ୍ରମ୍ପ ଆରଏନସିରେ ପହଞ୍ଚିବା ମାତ୍ରେ ସମର୍ଥକମାନେ ଆମେରିକା-ଆମେରିକାର ସ୍ଲୋଗାନ ଦେଇଥିଲେ। ଏଥିସହ ଲୋକମାନେ ଟ୍ରମ୍ପଙ୍କ ପରି ହାତ ମୁଠା ଉଠାଇ ‘ଲଢ-ଲଢ’ ବୋଲି ସ୍ଲୋଗାନ ଦେଉଥିବା ନଜର ଆସିଥିଲେ। କନଭେନଶନ ସେଣ୍ଟରକୁ ଟ୍ରମ୍ପଙ୍କ ଆଗମନ ସମୟରେ ଲୋକମାନେ ’ୟ‘ଓ୍ବି ଲଭ ଟ୍ରମ୍ପ’ ସ୍ଲୋଗାନ ମଧ୍ୟ ଦେଇଥିଲେ।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post