ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ

FILE PHOTO: Former U.S. President Donald Trump attends the closing arguments in the Trump Organization civil fraud trial at New York State Supreme Court in the Manhattan borough of New York City, U.S., January 11, 2024. REUTERS/Shannon Stapleton/File Photo

ଡୋନାଲ୍ଡ ଟ୍ରମ୍ପ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ । ରିପବ୍ଲିକାନ୍ କନଭେନସନରେ ଦଳ ପକ୍ଷରୁ ଘୋଷଣା । ସିନେଟର ଜେଡି ବେସ୍ ଉପରାଷ୍ଟ୍ରପତି ପ୍ରାର୍ଥୀ । ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା ।ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି ।