କାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା
ମେଟ୍ରୋ ଟିଭି ବ୍ୟୁରୋ,୨/୧: ଆସନ୍ତାକାଲିଠାରୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ବୋର୍ଡ ଢାଞ୍ଚାରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ । ୫୦ ମାର୍କର ଓଏମଆରସିଟ୍ ରେ ପରୀକ୍ଷା ହେବ। ପ୍ରତି ବିଷୟ ପାଇଁ ମିଳିବ ଏକ ଘଣ୍ଟା ସମୟ । କେବଳ ଗଣିତ ପାଇଁ ଘଣ୍ଟାଏ ୧୫ ମିନିଟ ସମୟ ରହିଛି ।
ଦୁଇଟି ସିଫ୍ଟରେ ହେବ ଆସେସମେଣ୍ଟ ପରୀକ୍ଷା। ଦିନ ୧୦ଟାରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ଛାତ୍ରଛାତ୍ରୀ । କୋଭିଡ କଟକଣାକୁ ଗୁରୁତ୍ୱ ଦିଆଯିବ ।ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମାର୍ଚ୍ଚ ମାସରେ ବୋର୍ଡ଼ ପରୀକ୍ଷା ହେବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଶିକ୍ଷକ । ଏଥିପାଇଁ ସମେଟିଭ ଆସେସମେଣ୍ଟ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆସନ୍ତା ଏପ୍ରିଲରେ ସମେଟିଭ୍ ୨ ପରୀକ୍ଷା ହେବ । ସମେଟିଭ ପରୀକ୍ଷାକୁ ଛାତ୍ରଛାତ୍ରୀ ବେଶ ଗୁରୁତ୍ୱର ସହ ନେଇ ପ୍ରସ୍ତୁତି କରିବାକୁ କହିଛ ବୋର୍ଡ କର୍ତ୍ତୃପକ୍ଷ ।