ଖୋଲାଯିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର। ଏହାପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଖୋଲିବାକୁ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି। ଲୋକନାଥଙ୍କ ପାଖରୁ ଆଜ୍ଞାମାଳ ଆସିବ, ପୂଜା ଚାଲିଛି। ସକାଳୁ ମା’ ବିମଳାଙ୍କୁ ପୂଜାର୍ଚ୍ଚନା ମଧ୍ୟ କରାଯାଉଛି।ଏହାଛଡ଼ା ଭଣ୍ଡାର ଖୋଲିବା ନେଇ ପ୍ରଥମେ ହାଇପାଓ୍ବାର କମିଟି ସହ ବୈଠକ ହେବ। ସରକାରଙ୍କ ଏସ୍ଓପି ସମସ୍ତ ସଦସ୍ୟଙ୍କୁ ଜଣାଇ ଦିଆଯିବ। ଆଜି ଅଳଙ୍କାରର ଗଣତି ଓ ମଣତି ହେବ ନାହିଁ। ରତ୍ନଭଣ୍ଡାରର ଚାବି ଖୋଲିବା ଉପରେ ଗୁରୁତ୍ୱ ଦିଆଯିବ। ତା’ ପରେ ମହାପ୍ରଭୁଙ୍କ ଯାହା ଆଶୀର୍ବାଦ ଥିବ ହେବ ବୋଲି ସେ କହିଛନ୍ତି।ଶନିବାର ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ପ୍ରଦାନ ସହ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେସ୍(ଏସ୍ଓପି) ଜାରି କରାଯାଇଥିଲା। ଫଳରେ ଭିତର ରତ୍ନଭଣ୍ଡାର ଖୋଲାଯିବା ନିଶ୍ଚିତ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଏସ୍ଓପି ପ୍ରଦାନ କରାଯାଇଥିଲା। ଏହାପରେ ରତ୍ନଭଣ୍ଡାର ଖୋଲାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ରବିବାର ଅପରାହ୍ନ ୧ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବାକୁ ସ୍ଥିର ହୋଇଛି ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି। ଉଲ୍ଲେଖଥାଉ କି ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନଭଣ୍ଡାର ଖୋଲାଯିବା ସହ ଏହାର ଅଡିଟ କରାଯାଇ ଇନ୍ଭେଣ୍ଟୋରି ପ୍ରସ୍ତୁତ କରାଯାଇଥିଲା।
Trending
- ‘ୟୁନିଟ୍-୧’ ହାଟ ରେ ଭୟାବହ ଅଗ୍ନିକାଣ୍ଡ
- ପୀତବାସ ପଣ୍ଡା ହତ୍ୟା, ହୋଇଥିଲା ୫୦ ଲକ୍ଷ ଟଙ୍କାର ଡିଲ୍
- ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡ଼ି ନେତା ବିକ୍ରମ ପଣ୍ଡା ଗିରଫ
- ପୀତବାସ ହତ୍ୟା ମାମଲା,ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ
- ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ଆର୍ଥିକ ଅନଗ୍ରସର ତଥା ନିମ୍ନ ଆୟବର୍ଗମାନଙ୍କ ପାଇଁ ସୁରକ୍ଷିତ ଓ ସ୍ଥାୟୀ ଆଶ୍ରୟସ୍ଥଳ ସୁନିଶ୍ଚିତ ହେଉଛି
- ଧୂଆଁମୟ ଦିଲ୍ଲୀର ଆକାଶ
- INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ମୋଦି ସୈନିକମାନଙ୍କ ସହ ପାଳିଲେ ଦୀପାବଳି ଉତ୍ସବ
- ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ
- ପୋଲିସ ସ୍ମାରକୀ ଦିବସ’ରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ
- ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍ଟ୍ୟାଗ ବାର୍ଷିକ ପାସ୍
Next Post