ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଜେମ୍ ଆଣ୍ଡରସନ୍

ବିଜୟ ସହ କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡର ଭେଟେରାନ୍ ଫାଷ୍ଟ ବୋଲର ଜେମ୍ ଆଣ୍ଡରସନ୍ । ଶୁକ୍ରବାର ଲର୍ଡସରେ ଦମଦାର ବିଜୟ ହାସଲ କରିଛି ଇଂଲଣ୍ଡ । ୱେଷ୍ଟଇଣ୍ଡିଜକୁ ଇଂନିସ୍ ୧୧୪ ରନରେ ଦଳ ପରାସ୍ତ କରିଛି । ଆଉ ଏଥିସହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ଆଣ୍ଡରସନ୍ ।ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୩୭୧ ରନ୍ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ପ୍ରଥମ ଇଂନିସରେ ମାତ୍ର ୧୨୧ ରନ୍ ଏବଂ ଦ୍ୱିତୀୟ ଇଂନିସରେ ମାତ୍ର ୧୩୬ ରନ୍ କରିପାରିଥିଲା । ଇଂଲଣ୍ଡର ଏହି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲର ଗସ୍ ଏଟକିଂସନ୍ । ପ୍ରଥମ ଇଂନିସରେ ସେ ୭ଟି ଏବଂ ଦ୍ୱିତୀୟ ଇଂନିସରେ ସେ ୫ ୱିକେଟ୍ ସଫଳତା ପାଇଥିଲେ ।