ବଜେଟକୁ ନେଇ ଶେଷ ହେଲା ସରକାରଙ୍କ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚଳିତ ବଜେଟ ପ୍ରସ୍ତୁତି ପାଇଁ ବୈଠକ ହୋଇଯାଇଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝି କହିଛନ୍ତି, ଆସନ୍ତା ୨୫ ତାରିଖରେ ୨୦୨୪ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ସମସ୍ତଙ୍କ ଆଶା, ଆକାଂକ୍ଷାକୁ ପ୍ରତିଫଳନ କରିବ ଚଳିତ ବଜେଟ୍ । ଲୋକଙ୍କର ସରକାର ଭାବେ ଲୋକଙ୍କ ମତାମତକୁ ଅଗ୍ରାଧିକାର ଦିଆଯାଇ ଆସୁଅଛି।ବଜେଟ୍ ପାଇଁ ୧୨ ହଜାରରୁ ଅଧିକ ଲୋକ ସେମାନଙ୍କ ମତାମତ ଓ ପ୍ରସ୍ତାବ ଅନଲାଇନ୍ ହ୍ୱାଟ୍ସ ଆପ ଜରିଆରେ ଦେଇଛନ୍ତି । ଯାହାକି ପୂର୍ବ ବର୍ଷ ତୁଳନାରେ ୬ଗୁଣା ଅଧିକା। ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଲୋକଙ୍କ ସରକାର। ରାଜ୍ୟର ପ୍ରାୟ ସମସ୍ତ ବର୍ଗର ଲୋକଙ୍କ ସହିତ ଆଲୋଚନା କରିଛନ୍ତି ସରକାର। ବଜେଟ ପ୍ରସ୍ତୁତିରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ପ୍ରି ବଜେଟରେ କ୍ରୀଡା ସହିତ ପର୍ୟ୍ୟଟନକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ତାସହ କେମିତି ବ୍ୟବସାୟୀମାନଙ୍କ ଉନ୍ନତି ହେବ, ଚାଷୀଙ୍କର କିଭଳି ଉନ୍ନତି ହେବ, ସେନେଇ ବଜେଟରେ ଗୁରୁତ୍ୱ ଦିଆଯିବ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ