ବିଏସଏନଏଲର ୩୦୦ ଦିନିଆ ରିଚାର୍ଜ ପ୍ଲାନ
ଭାରତୀୟ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର। ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ସେମାନଙ୍କ ମୋବାଇଲ୍ ରିଚାର୍ଜ ଯୋଜନାକୁ ମହଙ୍ଗା କରିଛନ୍ତି। ହେଲେ ଇତିମଧ୍ୟରେ ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ୍ ଲଞ୍ଚ କରି ଚର୍ଚ୍ଚାରେ ବିଏସଏନଏଲ କେବଳ ଶସ୍ତା ସ୍ୱଳ୍ପ ମିଆଦି ଯୋଜନା ନାହିଁ, ଦୀର୍ଘ ବୈଧତା ସହିତ କମ୍ପାନୀର ଶସ୍ତା ଓ ସୁଲଭ ଯୋଜନା ମଧ୍ୟ ଅଛି । ବିଏସଏନଏଲ ତାଲିକାରେ ଏପରି କିଛି ଯୋଜନା ଅଛି ଯାହାର ସର୍ବନିମ୍ନ ମୂଲ୍ୟରେ ୩୦୦ ଦିନର ଲମ୍ବା ବୈଧତା ଅଛି ।ଯଦି ଆପଣ କମ୍ ମୂଲ୍ୟରେ ଲମ୍ବା ବୈଧତା ଚାହୁଁଛନ୍ତି, ତେବେ ବିଏସଏନଏଲର ଏଥିପାଇଁ ଅନେକ ବଡ଼ ପ୍ଲାନ ଅଛି । ବିଏସଏନଏଲ ଏହାର ତାଲିକାରେ କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ୭୯୭ ଟଙ୍କିଆ ପ୍ଲାନ ଯୋଡିଛି।