କାହିଁକି ବଢୁଛି ପରିବା ମୂଲ୍ୟ?

ଲୋକଙ୍କ ଉପରେ ମହଙ୍ଗା ମାଡ଼

ବିଭିନ୍ନ କ୍ଷେତ୍ରରେ ମୂଲ୍ୟବୃଦ୍ଧି ସାଧାରଣ ଜନତାଙ୍କୁ ଚିନ୍ତାରେ ପକାଇ ଦେଇଛି । ବିଶେଷ କରି ପରିବା ଦର ବୃଦ୍ଧିକୁ ନେଇ କଲବଲ ହେଉଛନ୍ତି ସାଧାରଣ ଜନତା । ପିଆଜ ଦରକୁ ନେଇ ଲୋକେ ଚିନ୍ତାରେ ପଡ଼ିଥିବା ବେଳେ ବର୍ତ୍ତମାନ ଆଳୁ ଏବଂ ଟମାଟୋ ଦର ମଧ୍ୟ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି ।ମଣ୍ଡି ହେଉ କିମ୍ବା ଝୁଚୁରା ବଜାର, ସବୁଠି ଏବେ ମୂଲ୍ୟବୃଦ୍ଧି ଦେଖାଯାଇଛି । ଖୁଚୁରା ବଜାରରେ ଟମାଟୋ ମୂଲ୍ୟ ୧୦୦ ପାର୍ ହୋଇଛି । ସେହିପରି ପିଆଜ ଦର କିଲୋ ପ୍ରତି ୫୦ ଟଙ୍କା ଏବଂ ଆଳୁ ଦାମ୍ ୩୫ ଟଙ୍କାରୁ ଅଧିକ ରହିଛି । ଅତ୍ୟାବଶ୍ୟକ ପନିପରିବାରେ ମୂଲ୍ୟବୃଦ୍ଧି ଖାଉଟିଙ୍କୁ ଚିନ୍ତାରେ ପକାଇଛି । ମଣ୍ଡିରେ ଆଳୁର ମୂଲ୍ୟ ୧,୦୭୬ ଟଙ୍କା ପ୍ରତି କ୍ୱିଣ୍ଟାଲରୁ ବୃଦ୍ଧି ପାଇ ୨,୧୦୦ ଟଙ୍କା ପ୍ରତି କ୍ୱିଣ୍ଟାଲ ପାର୍ ହୋଇଛି । ହିମାଚଳ ସମେତ ଅନ୍ୟ ପାହାଡ଼ି ଅଞ୍ଚଳରେ ବର୍ଷା ଯୋଗୁଁ ପରିବହନ ସମସ୍ୟା ଯୋଗୁଁ ଟମାଟୋ ମୂଲ୍ୟରେ ମଧ୍ୟ ବୃଦ୍ଧି ରେକର୍ଡ କରାଯାଇଛି ।ବ୍ୟବସାୟୀଙ୍କ ଅନୁସାରେ, ପନିପରିବାରେ ହୋଲସେଲ ଏବଂ ଖୁଚୁରା ଦର ବୃଦ୍ଧିର ସବୁଠାରୁ ବଡ଼ କାରଣ ଏବେ ସାମନାକୁ ଆସୁଛି । ମୌସୂମୀ ପରିବର୍ତ୍ତନ, ପରିବହନ ସମ୍ବନ୍ଧୀୟ ସମସ୍ୟା ଏବଂ ଟମାଟୋ ଫସଲରେ କ୍ଷତି ଯୋଗୁଁ ପନିପରିବା ଦର ବୃଦ୍ଧି ହୋଇଥିବା ଜାଣିବାକୁ ମିଳିଛି । ଏହାପୂର୍ବରୁ ହିଟୱେଭ ସ୍ଥିତି ବିଶେଷ କରି କୃଷି ଏବଂ ଫସଲ ପାଇଁ ବେଶ୍ କ୍ଷତିକାରକ ରହିଛି ।