ଦିଲ୍ଲୀରେ ସବୁଠୁ ଅଧିକ ବାୟୁ ପ୍ରଦୂଷଣ
ପ୍ରତିବର୍ଷ ଦେଶର ୧୦ ଟି ସହରରେ ୩୩ ହଜାର ଲୋକଙ୍କର ପିଏମ ୨.୫ ର ସ୍ତର ଅଧିକ ହେବାରୁ ମୃତ୍ୟୁ ହେଉଛି । ଏହା ହେଉଛି ବର୍ଷର ମୋଟ ମୃତ୍ୟୁର ୭.୨% । ଏହି ସହରଗୁଡ଼ିକ ହେଉଛି ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତା, ବାରାଣାସୀ ଏବଂ ସିମଲା ।ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ନୂଆଦିଲ୍ଲୀରେ ସର୍ବାଧିକ ୧୧.୫% ମୃତ୍ୟୁ ଘଟିଛି । ସର୍ବନିମ୍ନ ମୃତ୍ୟୁ ହାର ଅଧିକାଂଶ ସମୟରେ ପିଏମ ୨.୫ ର ସ୍ତର ଡବ୍ଲୁଏଚଓର ନିର୍ଦ୍ଧାରିତ ସୀମା (କ୍ୟୁବିକ୍ ମିଟର ପ୍ରତି ୧୫ ମାଇକ୍ରୋଗ୍ରାମ୍) ଉପରେ ରହିଥାଏ । ଯେତେବେଳେ ସହରଗୁଡ଼ିକୁ ଏକତ୍ର ମୂଲ୍ୟାଙ୍କନ କରାଯାଇଥିଲା, ପିଏମ ୨.୫ ରେ ପ୍ରତି ୧୦ ମାଇକ୍ରୋଗ୍ରାମ୍ / ଘନ ମିଟର ବୃଦ୍ଧି ପାଇଁ ମୃତ୍ୟୁହାରରେ ୧.୪୨% ବୃଦ୍ଧି ଘଟିଥିଲା । ଅଧ୍ୟୟନ ପାଇଁ, ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ ସହରଗୁଡିକରେ ହୋଇଥିବା ୩୬ ଲକ୍ଷ ମୃତ୍ୟୁର ପରୀକ୍ଷା କରାଯାଇଥିଲା ।