ପରାଜୟକୁ ଖଣ୍ଡନ କଲେ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜର ପ୍ରତିପକ୍ଷ ତଥା ରିପବ୍ଲିକାନ୍‌ ପ୍ରାର୍ଥୀ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କଠାରୁ ଦୁଇପାଦ ପଛରେ ଅଛନ୍ତି। ନିକଟରେ ସିଏନ୍‌ଏନ୍‌ରେ ହୋଇଥିବା ‘ରାଷ୍ଟ୍ରପତି ବିତର୍କ’ରେ ବାଇଡେନ୍‌ଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ପରେ ଡେମୋକ୍ରାଟିକ୍‌ ଦଳ ଓ ସହଯୋଗୀମାନେ ପରାଜୟ ଆଶଙ୍କା ଭିତରେ ରହିଛନ୍ତି। ଏଭଳି ସ୍ଥିତିରେ, ନ୍ୟୁୟର୍କ ଟାଇମ୍‌ସରେ ‘ବାଇଡେନ୍‌ ପରାଜୟ ସ୍ବୀକାର କରିଛନ୍ତି’ ଶୀର୍ଷକରେ ଖବର ପ୍ରକାଶ ପାଇଛି। ଏହି ରିପୋର୍ଟକୁ ନେଇ ଆମେରିକାରେ ସଂପ୍ରତି ହଇଚଇ ସୃଷ୍ଟି ହୋଇଛି। ଶେଷରେ ରାଷ୍ଟ୍ରପତି ଭବନ ଏବଂ ‌ନିଜେ ରାଷ୍ଟ୍ରପତି ବାଇଡେନ୍‌ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି।