ପୁଣି ମଇଦାନକୁ ଫେରିଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏହାପରେ ଆସନ୍ତା ଜୁଲାଇ ୭ରେ ସେ ଶପଥ ଗ୍ରହଣ କରିବେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ସହ ସାରା ରାଜ୍ୟ ଏବେ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ହେମନ୍ତଙ୍କ ସହ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀମାନେ ମଧ୍ୟ ଶପଥ ନେବେ। ତେବେ କୁହାଯାଉଛି ଯେ, ହେମନ୍ତଙ୍କ କ୍ୟାବିନେଟରେ କିଛି ନୂଆ ଚେହେରା ସାମିଲ ହୋଇପାରନ୍ତି।ବୁଧବାର ଚମ୍ପାଇ ସୋରେନ ସିଏମ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟପାଳ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି। ଏହାସହ ହେମନ୍ତ ସୋରେନ ସରକାର ଗଠନ ପାଇଁ ଦାବି କରିଛନ୍ତି। ସେ ଜୁଲାଇ ୭ରେ CM ଭାବରେ ଶପଥ ଗ୍ରହଣ କରିବେ। ଗତକାଲି ଜେଏମଏମ ନେତୃତ୍ୱାଧୀନ ମେଣ୍ଟର ନେତାମାନେ ସର୍ବସମ୍ମତି କ୍ରମେ ତାଙ୍କୁ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିଛନ୍ତି।ଜୁଲାଇ ୭ରେ ଶପଥ ନେବା ପରେ ହେମନ୍ତ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ହେବେ। ୨୦୦୦ ମସିହା ନଭେମ୍ବର ୧୫ରେ ବିହାରରୁ ଅଲଗା ହୋଇ ଝାଡଖଣ୍ଡ ଗଠନ କରାଯାଇଥିଲା। ସେବେଠାରୁ ଏବେ ଯାଏଁ ୧୨ଜଣ ସିଏମ ହୋଇଛନ୍ତି। ତେବେ ହେମନ୍ତଙ୍କ ନୂଆ ସରକାରରେ ଝାଡଖଣ୍ଡରେ ୧୨ଜଣ ମନ୍ତ୍ରୀ ହୋଇଇପାରନ୍ତି। କିନ୍ତୁ ବର୍ତ୍ତମାନ ରାଜ୍ୟ କ୍ୟାବିନେଟରେ ୧୦ଜଣ ମନ୍ତ୍ରୀ ଅଛନ୍ତି।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post