ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆଡଭାନୀ

New Delhi, Jun 10 (ANI): Union Minister Shivraj Singh Chouhan meets with veteran Bharatiya Janata Party (BJP) leader LK Advani, at the latter's residence, in New Delhi on Monday. (ANI Photo)

ପୁଣି ଥରେ ବିଗିଡ଼ିଛି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା । ତେଣୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଡଭାନୀଙ୍କୁ ରୁଟୀନ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କର ଅଫିସ ତରଫରୁ କୁହାଯାଇଛି । ବିଜେପି ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କର ଚିକିତ୍ସା କରୁଥିବା ଡା. ବିନୀତ ପୁରୀ କହିଛନ୍ତି । ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଆଡଭାନୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ତେଣୁ ତାଙ୍କୁ ଗତ ୨୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୬ ତାରିଖ ବିଳମ୍ବିତ ରାତିରେ ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବୟସାଧିକ ସ୍ୱାସ୍ଥ୍ୟା ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ତା’ ପରଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା ।ଶ୍ରୀ ଆଡଭାନୀ ଦୀର୍ଘ ଦିନ ହେଲା ବୟସାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । ସେଥିପାଇଁ ତାଙ୍କୁ ଘରେ ନିୟମିତ ଭାବେ ଚେକଅପ୍ କରାଯାଉଛି । ଗତ ମାର୍ଚ୍ଚ ମାସ ୩୦ ତାରିଖରେ ବିଜେପିର ଏକ ବରିଷ୍ଠ ନେତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ଆଡଭାନୀଙ୍କ ଘରକୁ ଯାଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ ।