୫ ଦିନ ଯାଏଁ ହାଲୁକା ବର୍ଷା

ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ସ୍ଥାନେ ସ୍ଥାନେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝରର ଅଧିକାଂଶ ଅଞ୍ଚଳ ଏବଂ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ବାଭାବିକରୁ ଅଧିକ ବର୍ଷା‌ ଏବଂ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ପରିମାଣ ନିଅଣ୍ଟିଆ ରହିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଦେଶର ଅଧିକାଂଶ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଉତ୍ତର-ପୂର୍ବ ଭାରତର ଅଧିକାଂଶ ଅଞ୍ଚଳ, ଉତ୍ତରପଶ୍ଚିମ, ପୂର୍ବ ଓ ଦକ୍ଷିଣ ପୂର୍ବ ପେନିସୁଲାରର କିଛି ଅଞ୍ଚଳରେ ବର୍ଷା ପରିମାଣ ସ୍ବାଭାବିକଠାରୁ କମ୍‌ ରହିବ। କେନ୍ଦ୍ରୀୟ ଓ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ଏବଂ ଉତ୍ତର-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ଭାରତ, ଦକ୍ଷିଣ-ପୂର୍ବାଞ୍ଚଳରେ ତାପମାତ୍ରା‌ ସ୍ବାଭାବିକ ନ ହେଲେ ସ୍ବାଭାବିକଠାରୁ କମ୍‌ ରହିପାରେ। ପଶ୍ଚିମ ଉପକୂଳ ବ୍ୟତୀତ ଉତ୍ତର-ପଶ୍ଚିମ ଭାରତ ଓ ଦକ୍ଷିଣ ପେନିସୁଲାରର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ କିମ୍ବା ସ୍ବାଭାବିକଠାରୁ କମ୍ ରହିବ।