ରୋହିତ ଶର୍ମାଙ୍କ ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଭାରତୀୟ କ୍ରିକେଟ୍ ଦଳ ସହ ଫୋନ୍ରେ କଥା ହୋଇ ସମଗ୍ର ଦଳକୁ ବିଜୟ ପାଦଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ରୋହିତ ଶର୍ମାଙ୍କୁ ଉତ୍କୃଷ୍ଟ ଅଧିନାୟକତ୍ୱ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଟି-୨୦ କ୍ୟାରିୟରକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଫାଇନାଲରେ ବିରାଟ କୋହଲିଙ୍କ ଇନିଂସ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି।ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶେଷ ଓଭର ପାଇଁ ଏବଂ ସୂର୍ୟ୍ୟକୁମାର ଯାଦବଙ୍କୁ ତାଙ୍କର କ୍ୟାଚ୍ ଧରିବା ପାଇଁ ପ୍ରଶଂସା କରିଛନ୍ତି ମୋଦୀ । ମୋଦୀ ସୂର୍ଯ୍ୟ କୁମାର ଯାଦବଙ୍କ ଚମକ୍ରାର କ୍ୟାଚ ସହ ଜସପ୍ରୀତ ବୁମ୍ରାଙ୍କ ଅବଦାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତୀୟ କ୍ରିକେଟରେ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।