ଦେଶର ତିନି ପ୍ରମୁଖ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ବା ୱି ସେମାନଙ୍କ ଟାରିଫ୍ ଦାମ୍ରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି। ଗତକାଲି ଜିଓ ଏହାର ଟାରିଫ୍ ବଢ଼ାଇବା ପରେ ଶୁକ୍ରବାର ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ବଢ଼ାଇଛନ୍ତି। ଏହି ତିନି କମ୍ପାନିର ପଦକ୍ଷେପ ରାଜ୍ୟର ୨ କୋଟି ୮୩ ଲକ୍ଷ ୮୦ ହଜାର ୪୭୭ ଜଣ ମୋବାଇଲ୍ ଗ୍ରାହକଙ୍କୁ ପ୍ରଭାବିତ କରିବ। ସେମାନଙ୍କୁ ମୋବାଇଲ୍ ରିଚାର୍ଜ କରିବା ବେଳେ ପକେଟ୍ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ।ଚଳିତ ବର୍ଷ ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟର ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୭ ଲକ୍ଷ ୨୦ ହଜାର ୪୭୫ ରହିଛି। ସେଥିରୁ ରିଲାଏନ୍ସ ଜିଓ ପାଖରେ ସର୍ବାଧିକ ୧ କୋଟି ୫୩ ଲକ୍ଷ ୭ ହଜାର ୬୮୫ ଜଣ ଓ ଏୟାରଟେଲ୍ ପାଖରେ ଦ୍ବିତୀୟ ସର୍ବାଧିକ ୧ କୋଟି ୧୬ ଲକ୍ଷ, ୪୩ ହଜାର ୨୩୭ ଜଣ ମୋବାଇଲ୍ ଗ୍ରାହକ ରହିଛନ୍ତି। ଏହା ବ୍ୟତୀତ ବିଏସ୍ଏନ୍ଏଲ୍ର ୫୩ ଲକ୍ଷ ୪୦ ହଜାର ୯୮ ଜଣ ଓ ଭୋଡାଫୋନ୍ ଆଇଡିଆର ୧୪ ଲକ୍ଷ ୨୯ ହଜାର ୪୫୫ ଜଣ ଗ୍ରାହକ ରହିଛନ୍ତି।
Trending
- ଓଡ଼ିଶା ଛାଡ଼ି ଇଣ୍ଡୋନେସିଆ ଯିବେ ୫ଟି ଶିଶୁ ଓରାଙ୍ଗଉଟାନ୍
- ଗଣେଷ ପୂଜା ସମୟରେ ୬୫ ଡିବି ଡିଜେ ସାଉଣ୍ଡରୁ ଊର୍ଦ୍ଧ୍ୱ, ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ରୋକ
- ମା’କୁ ଖୋଜିବାର ମାନସିକ ଚାପରେ ଓରାଙ୍ଗଓଟାନ,ଷ୍ଟ୍ରେସ୍ କମାଇବା ପାଇଁ ଦିଆଯିବ ମ୍ୟୁଜିକ୍ ଥେରାପି
- ମା’ କୋଳକୁ ଫେରିଲେ ୧୦୧ ନିଖୋଜ ଶିଶୁ ନିଖୋଜ ଶିଶୁ , ନିଖୋଜ ଶିଶୁଙ୍କୁ ଠାବ କରିବାକୁ ଅଭିଯାନ ଚଳାଇଥିଲା ସିଏଡବ୍ଲୁ ଟିମ୍
- ୟୁଏଇ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା,ରାଜ୍ୟରେ ନୂତନ ନିବେଶ ସୁଯୋଗ ସୃଷ୍ଟି ନେଇ ଆଲୋଚନା
- ବଣ୍ଡା ଘାଟିରେ ମ୍ୟାଲେରିଆ ଆତଙ୍କ,ରକ୍ତ ପରୀକ୍ଷା, ଔଷଧ ବଣ୍ଟନ, ମଶାରି ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେବା ଉପରେ ରାଜ୍ୟ ଟିମ୍ ର ଗୁରୁତ୍ୱାରୋପ
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
Prev Post
Next Post