ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି।କିମ୍ ଜୋଙ୍ଗ ଉନ୍ଙ୍କ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ସେ କହିଛନ୍ତି, ଉତ୍ତର କୋରିଆ ସଫଳତାର ସହ ଏକାଧିକ ଓ୍ବାରହେଡ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହା ମାଧ୍ୟମରେ ସୋଲୋ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ବିଭିନ୍ନ ଟାର୍ଗେଟରେ ଅସ୍ତ୍ର ବିତରଣ କରିବାକୁ ଅନୁମତି ଦିଆଯିବ। ଏହାପୂର୍ବରୁ ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି, ଉତ୍ତର କୋରିଆ ବୁଧବାର ଯେଉଁ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ତାହା ବିଫଳ ହୋଇଥିଲା।ଦକ୍ଷିଣ କୋରିଆ କହିଛି, ଏହି କ୍ଷେପଣାସ୍ତ୍ର ବୁଧବାର ୫.୩୦ରେ ପ୍ୟୋଙ୍ଗୟାଙ୍ଗ କିମ୍ବା ଏହାର ଆଖପାଖରୁ ଉତ୍କ୍ଷେପଣ କରାଯାଇଥିଲା କିନ୍ତୁ ପ୍ରାୟ ୨୫୦ କିଲୋମିଟର ଉଡ଼ିବା ପରେ ପୂର୍ବ ସାଗର ଉପରେ ବିସ୍ଫୋରଣ ହୋଇଥିଲା। ଏହି କଥାକୁ ନେଇ ଉତ୍ତର କୋରିଆ କହିଛି ଯେ, ଏହି ପରୀକ୍ଷଣରେ ୧୭୦-୨୦୦ କିଲୋମିଟର ଦୂରତା ବିଶିଷ୍ଟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପ୍ରଥମ ପର୍ଯ୍ୟାୟ ଇଞ୍ଜିନ ବ୍ୟବହାର କରାଯାଇଛି।ତିନୋଟି ଟାର୍ଗେଟକୁ ଦୃଷ୍ଟିରେ ରଖି ମୋବାଇଲ ଓ୍ବାରହେଡ ସଠିକ ଭାବରେ ଡିଜାଇନ କରାଯାଇଛି। କ୍ଷେପଣାସ୍ତ୍ରରୁ ପୃଥକ୍ ହୋଇଥିବା ଡିକୋର ପ୍ରଭାବକୁ ଆଣ୍ଟି-ଏୟାର ରାଡାର ଦ୍ୱାରା ମଧ୍ୟ ଯାଞ୍ଚ କରାଯାଇଥିଲା।
Trending
- ଓଡ଼ିଶା ମଣ୍ଡପ ପାଇଁ ଭୁବନେଶ୍ବରର ଚନ୍ଦ୍ରଶେଖରପୁରରେ ଜାଗା ଚିହ୍ନଟ
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
Prev Post
Next Post