ଭାଙ୍ଗିଯିବ କି ରାହୁଲ-ଅଖିଳେଶଙ୍କ ବନ୍ଧୁତା?

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ମଧ୍ୟରେ ବନ୍ଧୁତା ଭାଙ୍ଗିଯିବ କି? ଏହି ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା କି? ଏହି ପ୍ରଶ୍ନ ନେଇ ଏବେ ଚର୍ଚ୍ଚା ହେଉଛି। କାରଣ ଜଣେ ବରିଷ୍ଠ ଏସ୍‌ପି ନେତା ମୁମ୍ବାଇରେ ଏପରି ମନ୍ତବ୍ୟ ଦେଇଛନ୍ତି, ଯାହା ଏହା ସୂଚାଉଛି। ବାସ୍ତବରେ ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିବାଦ ଆରମ୍ଭ ହୋଇଛି। ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟିର ସଭାପତି ଅବୁ ଆଜମି ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହା ଉତ୍ତେଜନାକୁ ବଢ଼ାଇଦେଇଛି । ସେ ମହାଭିକାଶ ଆଘାଡି(ଏମଭିଏ)କୁ ସିଧାସଳଖ ଟାର୍ଗେଟ କରିବା ସହିତ ବିଧାନସଭା ନିର୍ବାଚନରେ ​​ଯଦି ସେ ଚାହୁଁଥିବା ଆସନ ନ ପାଆନ୍ତି ତେବେ ସେ ଏକୁଟିଆ ଲଢ଼ିବେ ବୋଲି କହିଛନ୍ତି।