ଆଗକୁ ସହରାଞ୍ଚଳ ସମ୍ପ୍ରସାରଣକୁ ନଜରରେ ରଖି କଟକ-ଭୁବନେଶ୍ବର-ପୁରୀକୁ ଟ୍ରିପଲ୍ ସିଟି ଗଠନ କରାଯାଉ। ମେଟ୍ରୋ ସମେତ ସାଧାରଣ ପରିବହନ ବ୍ୟବସ୍ଥାକୁ ସେହି ଢାଞ୍ଚାରେ ନିର୍ମାଣ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ହେଁ ସରକାରଙ୍କ ପ୍ରମୁଖ ଯୋଜନା, କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦି ଭୁବନେଶ୍ବର-କଟକ ମଧ୍ୟରେ ସୀମିତ ରହିଯାଇଛି। ନିକଟରେ ପୁରୀ-ଭୁବନେଶ୍ବର ମଧ୍ୟରେ ରେଳ ଚଳାଚଳ ସମୟ ଯେପରି କମିବ ସେଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ରୋଡ୍ (ଜଟଣୀ) ଠାରେ ୧୯୨ କୋଟି ଟଙ୍କାରେ ଏକ ଫ୍ଲାଏ ଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏପରିସ୍ଥଳେ ମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ପୁରୀ-ଭୁବନେଶ୍ବର-କଟକକୁ ନେଇ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ଏହା ସହ ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ଯେପରି ଅଯଥା ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ରାସ୍ତା ଡିଜାଇନ୍ ଉପରେ ଫୋକସ୍ କରିବା, ନାଲି ବତୀ ସିଗ୍ନାଲ ଯୋଗୁ ସୃଷ୍ଟି ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବାକୁ ଅଧିକ ଓଭରବ୍ରିଜ୍, ଆପ୍ରୋଚ୍ ରୋଡ୍ ନିର୍ମାଣ କରିବା, ଲୋକ ଯେପରି କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ତାହାକୁ ନଜରରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଛନ୍ତି।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post