ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ଘରେ ଭଙ୍ଗା ଚାଲିଛି
ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ସରକାରୀ କ୍ୱାର୍ଟର୍ସ ପରିସରରେ ନିର୍ମାଣ କରିଥିବା ରାଜପ୍ରସାଦ ପରି ଘରକୁ ଏବେ ଭାଙ୍ଗିବାରେ ଲାଗିଛନ୍ତି।ଆଜି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଉକ୍ତ କ୍ୱାର୍ଟର୍ସ ପରିସରେ ଜଣେ ଖବରଦାତାଙ୍କୁ ତାଲା ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମାତ୍ର ୫୦୦ ମିଟର ଭିତରେ ଥିବା ଏହି ସରକାରୀ କ୍ୱାର୍ଟର୍ସକୁ ବବି କିଭଳି ଭାଙ୍ଗୁଛନ୍ତି ତାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ।କେଉଁ ଉଦ୍ଦେଶ୍ୟରେ ପ୍ରଣବ କୋଟି କୋଟି ଟଙ୍କାରେ ନିର୍ମାଣ କରିଥିଲେ ଘର। ଯଦି କରିଥିଲେ କାହା ଅନୁମତିରେ କରିଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବାହାର ପଟୁ ତାଲା ପକାଇ ଭିତର ପଟୁ ଭଙ୍ଗାରୁଜା ଚାଲିଛି। କିଏ କାହିଁକି ଭାଙ୍ଗୁଛି ତାହା ଏଯାଏ ସ୍ପଷ୍ଟ ଜଣାପଡିନାହିଁ। ଏନେଇ ପ୍ରଣବ ପ୍ରକାଶ ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହାକୁ ନେଇ ଏବେ ବବି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଏହି ଘର ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିଲା। ସମ୍ୃକ୍ତ ଘରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଯାଉଥିଲା। ଘର ଖାଲିକରିବାକୁ କୁହାଯିବା ପରେ ଭଙ୍ଗାଯାଉଥିବା ପ୍ରଣବ କହିଛନ୍ତି।