ମସ୍କଙ୍କର ଲଞ୍ଚ ହେଲା “ଷ୍ଟାରଲିଙ୍କ ମିନି”

ଷ୍ଟାରଲିଙ୍କ ମିନି ଏକ ସାଟେଲାଇଟ ଇଣ୍ଟରନେଟ ଆଣ୍ଟିନା, ଯାହାକୁ ନେଇ ଖୁବ ଚର୍ଚ୍ଚା କରାଯାଉଛି । ଷ୍ଟାରଲିଙ୍କ ମିନ ଆକାରରେ ଆପଣ ବ୍ୟାଗ ଭଳି ହେବ ସେତିକି, ଅର୍ଥାତ ଆପଣ ଏହାକୁ କୁଆଡେ ବି ଯାଇପାରିବେ ଏବଂ ସୁପରଫାଷ୍ଟ ଇଣ୍ଟରନେଟ ବ୍ୟବହାର କରିପାରିବେ ।ଷ୍ଟାରଲିଙ୍କ ମିନି ଆସିବା ପରେ ଆପଣଙ୍କୁ କୌଣସି ମୋବାଇଲ ନେଟୱାର୍କ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ସାହାଯ୍ୟରେ ଆପଣ ଡିଭାଇସକୁ ତୁରନ୍ତ ହାଇସ୍ପିଡ ଇଣ୍ଟରନେଟ ସହ କନେକ୍ଟ କରିପାରିବେ । କମ୍ପାନୀ ଏହି ନୂଆ ଲଞ୍ଚିଙ୍ଗକୁ ନେଇ ସ୍ପେସଏକ୍ସର ଷ୍ଟାରଲିଙ୍କ ଇଞ୍ଜିନିୟରିଂର ବିପି ମାଇକଲ ନିକୋଲ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୱାଇଫାଇ ଇଣ୍ଟିଗ୍ରେଟେଡ ସହ ଖୁବଶିଘ୍ର ଷ୍ଟାରଲିଙ୍କ ମିନିର ପ୍ରଡକ୍ସନ ଆରମ୍ଭ ହୋଇଯିବ ।ଷ୍ଟାରଲିଙ୍କ ମିନି କିଟର ମୂଲ୍ୟ ୫୯୯ ଡଲାର (୫୦ହଜାର) ଅଟେ । ଷ୍ଟାରଲିଙ୍କ ମିନି କିଟକୁ ପୂର୍ବରୁ ୟୁଜର୍ସ କିଣିସାରିଛନ୍ତି । ହେଲେ ସେମାନଙ୍କ ପାଇଁ କିଛି ପ୍ଲାନ ଆସିନାହିଁ । ଏହି ପୋର୍ଟେବଲ ସାଟେଲାଇଟ ଇଣ୍ଟରନେଟ, ଷ୍ଟାଣ୍ଡାର୍ଡ ଆଣ୍ଟିନା ଡିଶ ଇଣ୍ଟରନେଟର ତୁଳନାରେ ୧୦୦ ଡଲାର ଅଧିକ । ଷ୍ଟାରଲିଙ୍କ ମିନିର ଓଜନ କଥା କହିବାକୁ ଗଲେ, ଏହା ୧.୧୩ କିଲୋଗ୍ରାମ ଅଟେ । ଏଥିସହ ଏହାର ସ୍ପିଡ ୧୦୦ ଏମବିପିଏସ ଅଟେ, ଯାହା ୨୩ ଏମଏସର ଲେଣ୍ଟେସେ ସହ ଆସିଥାଏ ।