ଭାରତୀୟ ମହିଳା ୩-୦ରେ ଶୃଙ୍ଖଳା ଜିତିଲେ
ଦିନିକିଆ ଅନ୍ତର୍ଜାତୀୟ ଶୃ୍ଙ୍ଖଳାକୁ ଘରୋଇ ଭାରତ ୩-୦ରେ ମୂଳପୋଛ କରି ଜିତିଛି। ରବିବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ହର୍ମନପ୍ରୀତ୍ କୌରଙ୍କ ଦଳ ୬ ୱିକେଟ୍ରେ ସହଜ ବିଜୟ ସହ ଏହି ସଫଳତା ଅର୍ଜନ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୧୫ ରନ୍ କରିଥିଲା। ପ୍ରାରମ୍ଭିକ ଯୋଡ଼ି ଲୌରା ୱଲଭର୍ଟ (୫୭ ବଲ୍ରୁ ୬୧ ରନ୍) ଏବଂ ତଂଜିନ୍ ବ୍ରିଟ୍ସ (୬୬ ବଲ୍ରୁ ୩୮ ରନ୍) ୧୦୨ ରନ୍ ଉଠାଇଥିଲେ ମଧ୍ୟ ଭ୍ରମଣକାରୀ ଦଳ ଅପ୍ରତ୍ୟାଶିତ ବ୍ୟାଟିଂ ବିପର୍ଯ୍ୟୟ ସହ ଆଗକୁ ବଢ଼ିପାରିନଥିଲା। ନାଦିନ୍ ଡି କ୍ଲାର୍କ ଓ ମିକ୍ ଡି ରାଇଡର୍ ସମାନ ୨୬ ରନ୍ ଲେଖାଏଁ କରିଥିଲେ। ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ଓ ଦୀପ୍ତି ଶର୍ମା ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଶ୍ରେୟଙ୍କା ପାଟିଲ୍ ଓ ପୂଜା ବସ୍ତ୍ରକାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ଜବାବରେ ସ୍ମୃତି ମନ୍ଧାନା ୮୩ ବଲ୍ରୁ ୯୦ ରନ୍ କରି ଆଉଟ୍ ହେବା ସହ ହ୍ୟାଟ୍ରିକ୍ ଶତକରୁ ବଞ୍ଚିତ ହୋଇଥିଲେ।