କାର୍ଗିଲ ଯୁଦ୍ଧର ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଭାରତୀୟ ସେନା ପର୍ଯ୍ୟଟକଙ୍କ ପାଇଁ ଲଦାଖରେ ଖଲୁବର ଯୁଦ୍ଧ ସ୍ମାରକୀ ଖୋଲିଛି। ଚଳିତ ବର୍ଷ ଜୁଲାଇ ୨୬ରେ ଦେଶ କାର୍ଗିଲ ବିଜୟ ଦିବସର ୨୫ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ଏବଂ ଏହି ଉଦଘାଟନୀ ସମାରୋହ ‘ଫରଏଭର ଇନ୍ ଅପରେସନ୍’ ଡିଭିଜନର ପ୍ରାକ୍-କାର୍ଗିଲ ବିଜୟ ଦିବସ ଉତ୍ସବର ଏକ ଅଂଶ। ପ୍ରସିଦ୍ଧ ଆର୍ଯ୍ୟ ଉପତ୍ୟକାରେ ଅବସ୍ଥିତ ଏହି ସ୍ମାରକୀ ଉପତ୍ୟକାକୁ ପୁନରୁଦ୍ଧାର କରିବା ପାଇଁ ସଂଗ୍ରାମ କରିଥିବା ସୈନିକମାନଙ୍କ ସାହସିକତା ଏବଂ ବଳିଦାନକୁ ମନେ ପକାଇଥାଏ।କାର୍ଗିଲ ଯୁଦ୍ଧ ସମୟରେ ଶତ୍ରୁ ସେନା ସୀମା ନିକଟରେ ଥିବା ଖଲୁବର ଉପତ୍ୟକାକୁ ଦଖଲ କରିଥିଲା। କ୍ୟାପଟେନ୍ ମନୋଜ ପାଣ୍ଡେଙ୍କ ସମେତ ଭାରତୀୟ ଯବାନଙ୍କ ବୀରତ୍ୱପୂର୍ଣ୍ଣ ଉଦ୍ୟମରେ ଏହି ଅଞ୍ଚଳକୁ ପୁନରୁଦ୍ଧାର କରାଯାଇଥିଲା। ଏହି ବୀର ସୈନିକମାନଙ୍କ ସାହସିକ କାର୍ଯ୍ୟକୁ ଖଲୁବର ଯୁଦ୍ଧ ସ୍ମାରକୀରେ ପ୍ରଦର୍ଶିତ କରାଯାଇଛି। ଏହି ଲଢେଇରେ ସ୍ଥାନୀୟ ପୁରୁଷ ଓ ମହିଳାମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା