ସାରା ଓଡ଼ିଶାରେ ପାଦ ଥାପିଛି ମୌସୁମୀ ବାୟୁ । ଅନୁକୂଳ ପାଗ ହେବା ପରେ ସକ୍ରିୟ ହୋଇଉଠିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାସହିତ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମୌସୁମୀ ବାୟୁ ପ୍ରବେଶ କରିଛି । ତେବେ ଏହି ମୌସୁମୀ ବାୟୁ ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ଛୁଇଥିବା ବେଳେ ୬ଟି ଜିଲ୍ଲାରେ ଆଂଶିକ ଭାବରେ ପ୍ରବେଶ କରିପାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୌସୁମୀର ଆଗମନ ଫଳରେ ବିଭିନ୍ନ ସ୍ଥନରେ ଲଗାଣ ବର୍ଷା ଜାରି ରହିଛି । ଫଳରେ ଅସହ୍ୟ ଗରମରୁ ମୁକ୍ତି ପାଇଛି ସାରା ଓଡ଼ିଶା ।ତେବେ ଏହି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ୨୪ଟି ଜିଲ୍ଲାକୁ ସମ୍ପୂର୍ଣ୍ଣ ଭାବରେ ପ୍ରବେଶ କରିଥିବା ପାଣିପାଗ ସୂଚନା ଦେଇଛି । ତେବେ ୬ ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୌସୁମୀ ସଠିକ ଭାବରେ ପହଞ୍ଚି ପାରିନାହିଁ ।ଏହି ତାଲିକାରେ ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର ସମେତ ବାଲେଶ୍ୱର ଏବଂ ସମ୍ବଲପୁରର ମଧ୍ୟ ମୌସୁମୀ ସମ୍ପୂର୍ଣ୍ଣ ପହଞ୍ଚି ପାରିନାହିଁ । ଆସନ୍ତା ୨୪ ତାରିଖ ସୁଦ୍ଧା ଏହି ସବୁ ଜିଲ୍ଲାରେ ମଧ୍ୟ ପ୍ରବେଶ କରିବ ମୌସୁମୀ ବାୟୁ । ତେବେ ଆସନ୍ତା ୨୬ ତାରିଖରୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି । ଏହାପରେ ୨୭-୨୮ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାକୁ ଥିବା ବେଳେ ୨୭ରେ ଦକ୍ଷିଣ ଓଡ଼ିଶା ଏବଂ ୨୮ରେୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
Trending
- ଅପରେସନ୍ ସିନ୍ଦୂର’କୁ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ
- ଡ୍ରାଇଭର ସଂଘକୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ
- ସମ୍ବିଧାନ ବଞ୍ଚାଅ ନୁହେଁ କଂଗ୍ରେସ ବଂଚାଅ ଆନ୍ଦୋଳନ: ବିଜେପି
- ବିଜେପିକୁ ଟାର୍ଗେଟ କଲେ ରାହୁଲ
- ଜେଲରୁ ମୁକୁଳିଲେ ଜଗା ପ୍ରଧାନ
- ୧୪ରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- ଭାରତ ଏକ ଧର୍ମଶାଳା ନୁହେଁ
- ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନାରୁ ବାହାରିଲାନି ନିଷ୍କର୍ସ,ଆନ୍ଦୋଳନ ଜାରି
- ୬ଦଫା ଦାବିରେ ଦେଶବ୍ୟାପି ଶ୍ରମିକ ସଙ୍ଗଠନ ପକ୍ଷରୁର ଆଜି ଭାରତ ବନ୍ଦ ଡାକରା
- ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ