ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ, ରୋଗ କଣ, ଲକ୍ଷଣ ଓ ଚିକିତ୍ସା ବାବଦରେ ଜାଣନ୍ତୁ
ଓଡ଼ିଶାରେ ସଂକ୍ରମଣର ରୂପ ନେଉଛି ଡିପଥେରିଆ। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି ଏହି ରୋଗ। ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ସମସ୍ତ ମୃତକ ରାୟଗଡ଼ା ଜିଲ୍ଲାର ହୋଇଥିବା ବେଳେ କିଛି ସଂକ୍ରମିତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର ଅଛନ୍ତି। ତେବେ ଏହି ରୋଗ କଣ, ଲକ୍ଷଣ ଓ ଚିକିତ୍ସା ବାବଦରେ ଜାଣନ୍ତୁ..
ଡିପଥେରିଆ କିପରି ହୁଏ?
ଡିପଥେରିଆ ଏକ ସଂକ୍ରମଣଜନିତ ରୋଗ। ଅର୍ଥାତ୍ ଏହା ଜଣେ ରୋଗୀଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଥାଏ। କୋରିନେବ୍ୟାକ୍ଟେରିୟମ୍ ଜୀବାଣୁ ସଂକ୍ରମଣ ଦ୍ୱାରା ବ୍ୟାପିଥାଏ ଡିପଥେରିଆ। ପ୍ରାୟତଃ ପିଲାମାନେ ଏହି ରୋଗରେ ପ୍ରଭାବିତ ହୁଅନ୍ତି। ଏହାର ଅର୍ଥ ନୁହେଁ ଯେ, କେବଳ ପିଲାମାନେ ହି ସଂକ୍ରମଣର ଶିକାର ହୁଅନ୍ତି, ବୟସ୍କମାନଙ୍କୁ ମଧ୍ୟ ଆକ୍ରାନ୍ତ କରିପାରେ ଡିପଥେରିଆ।
ଡିପଥେରିଆ ଜୀବାଣୁ ପ୍ରଥମେ ଗଳାକୁ ସଂକ୍ରମିତ କରିଥାଏ। ଏହି କାରଣରୁ ସଂକ୍ରମଣ ଶ୍ୱାସକ୍ରିୟାକୁ ବ୍ୟାପେ ଏବଂ ଗଳାରେ ଛିଦ୍ର ମଧ୍ୟ ସୃଷ୍ଟି ହୁଏ, ଯେଉଁଥିପାଇଁ ରୋଗୀକୁ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସଠିକ୍ ସମୟରେ ଚିକିତ୍ସା କରାନଗଲେ ଜୀବାଣୁ ରକ୍ତ ମାଧ୍ୟମରେ ମସ୍ତିଷ୍କ ଏବଂ ହୃଦୟକୁ ପ୍ରଭାବିତ କରିପାରେ। ଏହି ଅବସ୍ଥାରେ ରୋଗୀଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇପାରେ।