ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ

ପଟିଆଛକର ଏକ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଆପାର୍ଟମେଣ୍ଟର ଗୋଟିଏ ମହଲାରେ ଏହି ଅଗ୍ନିକାଣ୍ଡଟି ଘଟିଛି । ହୁତହୁତ ହୋଇ ଜଳୁଛି ଏହି ଆପାର୍ଟମେଣ୍ଟ । ଏହି ଅଗ୍ନିକାଣ୍ଡ କେଉଁ କାରଣ ପାଇଁ ଘଟିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଭୟଙ୍କର ନିଆଁ ଲାଗିବା ପରେ ଆପାର୍ଟମେଣ୍ଟ ବାସିନ୍ଦା ଅଗ୍ନିଶମବାହିନୀକୁ ଡାକିଛନ୍ତି । ଏହାପରେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପ୍ରକ୍ରିୟା ଜାରି ରଖିଛି ।