ବଜାରରେ ପନିପରିବା ଦର ଆକାଶ ଛୁଆଁ ହେଲାଣି । ଟମାଟୋ କିଲୋଗ୍ରାମରେ ୭୦-୮୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। ଲେମ୍ବୁ କଥା ନ କହିଲେ ଭଲ । ଗୋଟେ ଖରା ଗରମ ଅନ୍ୟପଟେ ବଜାରରେ ଲେମ୍ବୁର ମୂଲ୍ୟ ବୃଦ୍ଧି । ସବୁଠୁ ଚିନ୍ତାରେ ପକାଇଲାଣି ଟମାଟୋ କିଲୋଗ୍ରାମରେ ୧୦୦ଟଙ୍କା ପର୍ଯ୍ୟନ୍ତ ବଢ଼ି ଯାଇଛି ।ପନିପରିବା ବିକ୍ରେତାମାନେ କହିଛନ୍ତି ଯେ କମ୍ ବର୍ଷା ଏବଂ ଅନୁକୂଳ ପାଗ ନ ଥିବାରୁ ବଜାରରେ ଟମାଟୋ ସମେତ ପନିପରିବା ଆସିବା ହ୍ରାସ ପାଇଛି । ଯେଉଁ କାରଣରୁ ହୋଲସେଲ ହାରରେ ବୃଦ୍ଧି ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟାଇଛି । ପରିବା ବ୍ୟବସାୟୀ କହିଛନ୍ତି ଯେ ଲେମ୍ବୁ ପ୍ରାୟତଃ ଦକ୍ଷିଣ ଭାରତ ରାଜ୍ୟରୁ ଆସିଥାଏ, କିନ୍ତୁ ସେଠାରେ କମ୍ ଉତ୍ପାଦନ ହେତୁ ବଜାରରେ ଲେମ୍ବୁ ଆସିବା କମ୍ ହୋଇଥାଏ ।ଯେଉଁ କାରଣରୁ ମୂଲ୍ୟ ବଢୁଛି । ପୂର୍ବରୁ ଏକ ଲେମ୍ବୁର ମୂଲ୍ୟ ଦୁଇରୁ ତିନି ଟଙ୍କା ଥିଲା । ବର୍ତ୍ତମାନ ଖୁଚୁରା ବଜାରରେ ପାଞ୍ଚରୁ ଛଅ ଟଙ୍କା ପର୍ଯ୍ୟନ୍ତ ଏକ ଲେମ୍ବୁ ଉପଲବ୍ଧ ହେଉଛି । ଆଳୁ କେଜି ୨୦ ଟଙ୍କା ଥିବା ବେଳେ ଏବେ ୩୦ ଟଙ୍କାରେ ପହଞ୍ଚିଛି । ପିଆଜ କେଜି ପିଛା ୪୦ ଟଙ୍କା ରୁ ୫୦ ଟଙ୍କାରେ ପହଞ୍ଚିଛି । କଞ୍ଚାଲଙ୍କା ଶହ ୩୦ଟଙ୍କା ରୁ ୫୦ /୬୦ଟଙ୍କାରେ ପହଞ୍ଚିଛି । ଭେଣ୍ଡି ୧୫ଟଙ୍କା ରୁ ୬୦ ଟଙ୍କା ରେ ପହଞ୍ଚିଛି । ସେହିଭଳି ପାଳଙ୍ଗ ୨୫ ଟଙ୍କା ରୁ ୩୦ ଟଙ୍କାରେ ପହଞ୍ଚିଛି ।
Trending
- ମାତ୍ର ୪ ମିନିଟ ଚାଲିବା ପରେ ଅପରାହ୍ଣ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା