୫ ୱିକେଟ୍‌‌ରେ ସ୍କଟ୍‌‌ଲାଣ୍ଡକୁ ପରାସ୍ତ କଲା ଅଷ୍ଟ୍ରେଲିଆ

ଗତକାଲି ଖେଳାଯାଇଥିବା ସ୍କଟଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟ ହାସଲ କରିବା ସହିତ ଇଂଲଣ୍ଡର ସୁପର-୮ ଯିବା ସ୍ପଷ୍ଟ ହେଇଯାଇଛି । ଅଷ୍ଟ୍ରେଲିଆ ଏବଂ ସ୍କଟଲ୍ୟାଣ୍ଡ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୮୦ ରନ୍ କରିଥିଲା ସ୍କଟଲ୍ୟାଣ୍ଡ । ଏହାପରେ ବିଜୟ ପାଇଁ ଅଷ୍ଟ୍ରେଲିଆକୁ ୨୦ ଓଭରରେ ୧୮୧ ରନ୍ ଆବଶ୍ୟକ ହେଉଥିଲା । ଆଉ କଙ୍ଗାରୁ ଦଳ ୨୦ ଓଭରର ଚତୁର୍ଥ ବଲରେ ହିଁ ବିଜୟ ହାସଲ କରିବା ସହ ବିଶ୍ୱକପର ସୁପର-୮ ଦଳ ଧାର୍ଯ୍ୟ କରିଛି । ଗ୍ରୁପ-ବିରୁ ଅଷ୍ଟ୍ରେଲିଆ ସୁପର-୮ ପାଇଁ କ୍ୱାଲିଫାଏ କରିସାରିଥିବାବେଳେ, ଏବେ ଇଂଲଣ୍ଡ ଦଳ ଦ୍ୱିତୀୟ ଟିମ୍ ପାଇଁ ସୁପର-୮ରେ ପ୍ରବେଶ କରିଛି ।ଗତକାଲି ଅଷ୍ଟ୍ରେଲିଆ ବିଜୟର ପ୍ରମୁଖ ପ୍ଲେୟାର ସାଜିଥିଲେ ମାର୍କସ ଷ୍ଟୋଇନିସ୍ ଏବଂ ଟ୍ରାଭିସ୍ ହେଡ୍ । ଦୁଇ ଜଣ ଚତୁର୍ଥ ୱିକେଟରେ ୮୦ ରନର ପାର୍ଟନରସିପ୍ କରିଥିଲେ । ଓପନର ଟ୍ରାଭିସ୍ ହେଡ୍ ୪୯ ବଲରେ ୬୮ ରନର ଇଂନିସ୍ ଖେଳିଥିଲେ । ହେଡ୍ ତାଙ୍କ ଇଂନିସରେ ୫ଟି ଚୌକା ସହ ୪ଟି ଛକା ମାରିଥିଲେ । ସେହିପରି ଷ୍ଟୋଇନିସ୍ ୨୯ ବଲରୁ ଧୂଆଁଧାର ୫୯ ରନର ଇଂନିସ୍ ଖେଳିଥିଲେ ।