୮୦ ହଜାର ନିଯୁକ୍ତି ଦେବ ଟିସିଏସ, ପ୍ରକ୍ରିୟା ଆରମ୍ଭ କଲା କମ୍ପାନି
ଦେଶର ସବୁଠୁ ବଡ଼ ସଫ୍ଟଓ୍ବେର କମ୍ପାନୀ ଟାଟା କନସଲଟାନ୍ସି ସର୍ଭିସେସ ଲିମିଟେଡ଼ରେ ପ୍ରାୟ 80 ହଜାର ପଦବୀ ଖାଲି ପଡ଼ିଛି । କମ୍ପାନୀ ଏହି ପଦବୀ ଗୁଡ଼ିକ ପୂରଣ କରିବାକୁ ଯୋଜନା ରଖିଛି । କମ୍ପାନୀ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ପଦବୀଗୁଡ଼ିକ ପୂରଣ ହୋଇପାରିନି । କମ୍ପାନୀ ଆବଶ୍ୟକ କରୁଥିବା ସ୍କିଲ ଅଭାବ ଯୋଗୁ ପଦବୀଗୁଡ଼ିକ ପୂରଣ ହୋଇପାରୁନି ବୋଲି ରିପୋର୍ଟ ଆସିଛି ।
ଟିସିଏସରେ ରିସୋର୍ସ ମ୍ୟାନେଜମେଣ୍ଟ ଗ୍ରୁପ ଗ୍ଲୋବାଲ ଅପରେସନ ହେଡ଼ ଅମର ସେଟ୍ଟିଆ କହିଛନ୍ତି କମ୍ପାନୀକୁ 80 ହଜାର ଦକ୍ଷ ଇଞ୍ଜିନିୟରଙ୍କର ଆବଶ୍ୟକତା ରହିଛି । ମାତ୍ର ଦକ୍ଷ ପ୍ରତିଭା ନ ମିଳିବା ଯୋଗୁ ଏସବୁ ପଦବୀ ପୂରଣ ହୋଇପାରୁନି ।
କମ୍ପାନୀ ପ୍ରୋଜେକ୍ଟରେ କାମ କରିବା ଲାଗି ଯେଉଁ ଭଳି ଆବଶ୍ୟକ ତାହା ପ୍ରାର୍ଥୀଙ୍କ ନିକଟରେ ଅଭାବ ରହୁଛି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି । ସେହିଭଳି ଦେଶର ପ୍ରମୁଖ କମ୍ପାନୀ ଗୁଡ଼ିକ ଦେଶର କଲେଜରୁ ବାହାରୁଥିବ ନିଯୁକ୍ତି ଆଶାୟୀଙ୍କୁ ମଧ୍ୟ ନିଯୁକ୍ତି ଦେବାର ବିଳମ୍ବ କରୁଛନ୍ତି । ଏଥିରେ ଟିସିଏସ ମଧ୍ୟ ସାମିଲ କରିଛି । ଫ୍ରେସରଙ୍କର କମ୍ପାନୀରେ ଯୋଗ ଦେବା ତାରିଖ ମଧ୍ୟ ଏଯାଏ ଚୂଡ଼ାନ୍ତ ହୋଇନି । ଟିସିଏସ , ଇନଫୋସିସ , ଜେନସାର , ଏଲଟିଆଇ ମାଇଣ୍ଡଟ୍ରି ଭଲି କମ୍ପାନୀ ଏହି ସୂଚୀରେ ରହିଛନ୍ତି ।
ଇନଫୋସିସ ଏକ ମେଲ ଯୋଗେ କହିଛି ଯେ ବିଜନେସ ଆବଶ୍ୟକତା ଅନୁସାରେ ଜଏନିଂ ତାରିଖ ଘୋଷଣା ହେବ । ଯୋଗ ଦେବାର 3 ରୁ 4 ସପ୍ତାହ ପୂର୍ବରୁ ଏ ନେଇ ସୂଚନା ପ୍ରଦାନ କରାଯିବ । ଗତ ବର୍ଷ ଇନଫୋସିସ ପ୍ରାୟ 50 ହଜାର ନିଯୁକ୍ତି ଦେଇଥିଲା । ଚଳିତ ଥର 12, 900 ନିଯୁକ୍ତି ଦେବ କମ୍ପାନୀ ।