ନଦୀଗର୍ଭକୁ ଖସିଲା ପର୍ଯ୍ୟଟକ ଟେମ୍ପୋ,୧୪ ମୃତ
ରୁଦ୍ରପୟାଗ :ଉତ୍ତରାଖଣ୍ଡର ରୁଦ୍ରପୟାଗ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ୧୨ ଜଣ ଆହତ ହୋଇଛନ୍ତି। ୨୬ ଜଣ ଯାତ୍ରୀ ଏକ ଟେମ୍ପୋ ଟ୍ରାଭେଲରରେ ଯାତ୍ରା କରୁଥିବା ବେଳେ ସେମାନଙ୍କ ଗାଡ଼ି ରୁଦ୍ରପ୍ରୟାଗ ଜିଲ୍ଲାର ରାଇତୋଲି ଅଞ୍ଚଳରେ ଏକ ଗଭୀର ଖାଇକୁ ଖସିପଡ଼ିଥିଲା । ଅଳକାନନ୍ଦା ନଦୀଗର୍ଭରେ ପଡ଼ିବା ଫଳରେ ଘଟଣାସ୍ଥଳରେ ହିଁ ୧୨ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି। ୧୪ ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି। ଆହତମାନେ ଏବେ ଚିକିତ୍ସାଧୀନ ଅଛନ୍ତି। ୮ ଜଣଙ୍କୁ ରୁଦ୍ରପ୍ରୟାଗ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ବେଳେ ୪ ଜଣଙ୍କୁ ଋଷୀକେଶ ଏମ୍ସ ପଠାଯାଇଛି।