ମହଙ୍ଗା ବିଜୁଳି ବିଲରୁ ମୁକ୍ତି

ଗ୍ରୀଷ୍ମ ପ୍ରବାହ ବଢ଼ି ଯାଇଛି ଯେ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଛୁଛି। ଗୋଟିଏ ପଟେ ଗରମ ଓ ଅନ୍ୟପଟେ ପୁଣି ବିଜୁଳି କାଟ ଲୋକଙ୍କୁ କଲବଲ କରୁଛି। ଏଭଳି ପରିସ୍ଥିତିରେ ଆପଣ ସବୁଜ ଶକ୍ତି ସାହାଯ୍ୟରେ ବିଜୁଳି କାଟ ଏବଂ ମହଙ୍ଗା ବିଜୁଳି ବିଲରୁ ମୁକ୍ତି ପାଇପାରିବେ । ଏଥିପାଇଁ ଆପଣଙ୍କୁ ନିଜ ଘରଛାତରେ ଏକ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ ଏବଂ ତା’ପରେ ଏହା ଟେନସନ ଫ୍ରି ହୋଇଯିବ।ଖାସ୍ କଥା ହେଉଛି ଏହି କାମ ପାଇଁ ସରକାରଙ୍କ ତରଫରୁ ମଧ୍ୟ ସହାୟତା ମିଳିବ। ତା’ପରେ ପ୍ରତିଦିନ ଘରେ ଏସି, ଫ୍ୟାନ୍ କିମ୍ବା ୧୦ଟି ବଲ୍ବ ଜଳାନ୍ତୁ, ବିଜୁଳି ବିଲ୍ ର ଅସୁବିଧା ଦୂର ହୋଇଯିବ। ଥରେ ଟଙ୍କା ଖର୍ଚ୍ଚ କଲେ ଲମ୍ବା ବିଦ୍ୟୁତ୍ କାଟ ଓ ମହଙ୍ଗା ବିଲ୍ ସମସ୍ୟାରୁ ମୁକ୍ତି ପାଇପାରିବେ। ଯଦି ଆପଣ ନିଜ ଘରର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଆକଳନ କରିବାକୁ ପଡିବ ଯେ ଆପଣଙ୍କର ଦୈନିକ ବ୍ୟବହାର କେତେ, ଅର୍ଥାତ୍ ଆପଣଙ୍କୁ ପ୍ରତିଦିନ କେତେ ୟୁନିଟ୍ ବିଜୁଳି ଦରକାର ।ଏଥିପାଇଁ ଆପଣଙ୍କ ଘରେ କେଉଁ ଉପକରଣ ରହିଛି, କେଉଁ ସବୁ ଜିନିଷ ବିଜୁଳିରେ ଚାଲିଛି ତାହାର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ଯଦି ଆପଣଙ୍କ ଘରେ ୨-୩ଟି ଫ୍ୟାନ୍, ଫ୍ରିଜ୍, ୬-୮ଟି ଏଲ୍ଇଡି ଲାଇଟ୍, ୧ଟି ୱାଟର ମୋଟର ଓ ଟିଭି ଭଳି ଉପକରଣ ରହିଛି, ତେବେ ଆପଣଙ୍କୁ ପ୍ରତିଦିନ ୬ରୁ ୮ ୟୁନିଟ୍ ବିଦ୍ୟୁତ୍ ଆବଶ୍ୟକ ହେବ। ତା’ପରେ ସେହି ଅନୁଯାୟୀ ସୋଲାର ପ୍ୟାନେଲର ସେଟ୍ ଇନଷ୍ଟଲ କରନ୍ତୁ।