ଷ୍ଟକ୍ ବଜାରରେ ନିବେଶ କରୁଥିବା ଲୋକମାନଙ୍କୁ ଆମେରିକାର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ ସାବଧାନ କରିଛନ୍ତି। ୨୦୨୫ରେ ଏକ ବଡ଼ ଧରଣର ବିପଦ ଦେଖାଦେବ ବୋଲି ସେ ଆକଳନ କରିଛି। ସେହି ସଙ୍କଟ ୨୦୦୮ରେ ସମଗ୍ର ବିଶ୍ବରେ ଦେଖାଦେଇଥିବା ମାନ୍ଦାବସ୍ଥା ସମୟଠାରୁ ମଧ୍ୟ ଖରାପ ରହିବ ବୋଲି ସେ ଜଣାଇଛନ୍ତି। ଆମେରିକୀୟ ଅର୍ଥନୀତିଜ୍ଞ ହାରି ଡେଣ୍ଟ କହିଛନ୍ତି ଯେ ସାରା ବିଶ୍ବର ଅର୍ଥନୀତିକୁ ଏକ ସ୍ବତନ୍ତ୍ର ପଦ୍ଧତି ବ୍ୟବହାର କରି ଆକଳନ କରିବା ପରେ ସେ ଆଗତ ସଙ୍କଟ ବିଷୟରେ ଜାଣିବାକୁ ପାଇଛନ୍ତି। ଗତ ୧୪ ବର୍ଷ ଧରି ଷ୍ଟକ୍ ବଜାରରେ ଏକ କୃତ୍ରିମ ଉତ୍ସାହ ରହିଛି। ଅର୍ଥନୀତିକୁ ଆଗକୁ ବଢ଼ାଇବା ଲାଗି ବିଭିନ୍ନ ଦେଶ ଘୋଷଣା କରୁଥିବା ପ୍ରୋତ୍ସାହନ ପ୍ରଭାବରେ ତାହା ଆଗକୁ ବଢ଼ୁଛି। ସେହି ଉତ୍ସାହ ପାଣି ଫୋଟକା ଭଳି। ବହୁଦିନ ପର୍ଯ୍ୟନ୍ତ ଅଣଦେଖା ହୋଇରହିବା ପରେ ତାହା ଫାଟିବା ଭଳି ସ୍ଥିତିକୁ ଆସିଗଲାଣି। ଆସନ୍ତା ବର୍ଷ ଷ୍ଟକ୍ ବଜାର ନିମ୍ନଗାମୀ ହେବ। ସେହି ଧାରା ଲମ୍ବା ସମୟ ଧରି ଜାରି ରହିବ। ୨୦୦୮-୦୯ ସମୟ ପରଠାରୁ ତାହା ଅଧିକ ଲମ୍ବା ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି।ଡେଣ୍ଟଙ୍କ ମତରେ ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରେ ମୁଦ୍ରାନୀତି କୋହଳ ରଖାଯାଇଥିବାରୁ ସମ୍ପତ୍ତିଗୁଡ଼ିକର ମୂଲ୍ୟ ଅଯଥାରେ ବୃଦ୍ଧି ପାଇଛି। କୋଭିଡ୍ ମହାମାରୀ ପରେ ଅର୍ଥନୀତିରେ ଯେଉଁ କ୍ଷତି ହୋଇଥିଲା, ତାହା ଭରଣା କରିବା ଲାଗି ବ୍ୟାପକ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଥିବାବେଳେ ଆମେରିକାର ଫେଡେରାଲ୍ ରିଜର୍ଭ ସୁଧକୁ ଯଥା ସମ୍ଭବ କମ୍ ରଖିଛି। ଫଳରେ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଛି ବୋଲି ସେ କହିଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ