ପରଦାକୁ ଆସିବ ଦେଶର ପ୍ରଥମ ମହିଳା IPS କିରଣ ବେଦୀ କାହାଣୀ

ଅପରାଧୀମାନେ ଦେଶରେ ପ୍ରଥମ ଆଇପିଏସ କିରଣ ଦେବୀଙ୍କୁ ଭୟ କରୁଥିଲେ । କୁହାଯାଏ ଯେ ତାଙ୍କ ବ୍ୟାଚରେ 80 ପୁରୁଷ ପୋଲିସ ଅଧିକାରୀଙ୍କ ମଧ୍ୟରେ ସେ ଏକମାତ୍ର ମହିଳା ଆଇପିଏସ  ଅଧିକାରୀ ଥିଲେ । ଯେତେବେଳେ କେହି ଜଣେ ତାଙ୍କ ଭଉଣୀଙ୍କୁ ଥଟ୍ଟା କରିଥିଲେ ସେ ବଜାରରେ ଅଭିଯୁକ୍ତଙ୍କୁ ମାଡ଼ ମାରିଥିଲେ । ଆପଣ ନିଶ୍ଚୟ ବେଦୀଙ୍କ ନାମ ଶୁଣିଥିବେ   ।  ହେଲେ ବହୂତ କମ ଲୋକ ତାଙ୍କ କାହାଣୀ ଜାଣିଥିବେ । ବର୍ତମାନ ଏହି କାହାଣୀ ଏକ ଚଳଚ୍ଚିତ୍ର ଆକାରରେ ପରଦାରେ ଆସୁଛି । ନାମ ହେଉଛି ବେଦୀ । ଜୁନ 11 ରେ ନିର୍ମାତାମାନେ ବାୟୋପିକ ର ଘୋଷଣା ଭିଡ଼ଓ  ସେୟାର କରିଥିଲେ । ଯାହାକି ଖୁବ ଭାଇରାଲ ହେଉଛି । କୁଶଲ ଚାଓ୍ବାଲା ଫିଲ୍ମ ବେଦୀ ର ନିର୍ଦେଶନା ଦେଇଛନ୍ତି । କାଷ୍ଟବିଷୟରେ  ଏପର୍ଯ୍ୟନ୍ତ  ପ୍ରକାଶ କରାଯାଇନାହିଁ । କିନ୍ତୁ କୁହାଯାଉଛି ଯେ ଏହି ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ 2025ରେ ମୁକ୍ତିଲାଭ କରିବ ।