ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ୨୩,୪୧୧.୯୦ ପଏଣ୍ଟ ରହିଥିଲା । ଦୁଇଦିନ ତଳେ ଅର୍ଥାତ ସପ୍ତାହର ଆରମ୍ଭ ସୋମବାର ଦିନ ସେନ୍ସେକ୍ସ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ପ୍ରଥମ ଥର ପାଇଁ ୭୭ ହଜାର ପଏଣ୍ଟ ପାର କରିଯାଇଥିଲା । ଆଜି ମଧ୍ୟ ଏହା ରେକର୍ଡ ସ୍ତରର ପାଖାପାଖି କାରବାର କରୁଛି । ୭୬.୯୬୭.୭୩ ଉପରେ ଆଜି ସେନ୍ସେକ୍ସ କାରବାର କରିଛି । ଶେୟାର ଭାରତୀୟ ଷ୍ଟକ ମାର୍କେଟ ଆଜି କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଛି । ଆଇଟି ଇଣ୍ଡେକ୍ସରେ ଆଜି ମଧ୍ୟ ବଜାରକୁ ସମର୍ଥନ ମିଳିଛି । ବଜାର ଖୋଲିବା ମାତ୍ରେ ଆଇଟି ଇଣ୍ଡେକ୍ସରେ ୪୦୦ ପଏଣ୍ଟ ବୃଦ୍ଧି ହୋଇଥିଲା । ବ୍ୟାଙ୍କ ନିଫ୍ଟି ମଧ୍ୟ ଅଭିବୃଦ୍ଧିର ସବୁଜ ଚିହ୍ନରେ ରହିଛି । ଆଜି ତେଲ ଏବଂ ଗ୍ୟାସ ଷ୍ଟକ୍ରେ ବୃଦ୍ଧି ଘଟିଛି ଏବଂ ନିଫ୍ଟି ରିଅଲିଟି ଇଣ୍ଡେକ୍ସରେ ହ୍ରାସ ଘଟିଛି । ଆଦାନୀ ଗ୍ରୁପର ଶେୟାରରେ ବୃଦ୍ଧି ଜାରି ରହିଛି । ୨୨୨.୫୨ ପଏଣ୍ଟ ବା ୦.୨୯ ପ୍ରତିଶତ ବୃଦ୍ଧି ସହିତ ବିଏସ୍ଇ ସେନସେକ୍ସ ୭୬,୬୭୯ ସ୍ତରରେ ଖୋଲିଛି ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Next Post