ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ । ମୋହନ ଚରଣ ମାଝି ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏଥିସହିତ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ଶ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏନେଇ ଦଳର ଦୁଇ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି ।ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ନେଇ ବେଶ୍ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ପାଇଥିବା ବେଳେ ଏବେ ନାମ ଘୋଷଣା ସରିବା ପରେ ଉକ୍ତ ଚର୍ଚ୍ଚାର ଅବସାନ ଘଟିଛି । ମୋହନ ୨୦୨୪ ବିଧାନସଭା ନିର୍ବାଚନରେ କେନ୍ଦୁଝର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମୀନା ମାଝିଙ୍କୁ ପରାସ୍ତ କରିଥିଲେ । ମୋହନ ୮୭ ହଜାର ୮୧୫ ଖଣ୍ଡ ଭୋଟ ପାଇଥିବା ବେଳେ ମୀନା ୭୬ ହଜାର ୨୩୮ ଖଣ୍ଡ ଭୋଟ ପାଇଥିଲେ ।ସେହିପରି କନକ ବର୍ଦ୍ଧନ ଏଥର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ସେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସରୋଜ ମେହେରଙ୍କୁ ପରାସ୍ତ କରିଥିଲେ । କନକ ବର୍ଦ୍ଧନ ୯୩,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ସରୋଜ ୯୨,୪୬୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି ପ୍ରଭାତୀ ଚଳିତ ନିର୍ବାଚନରେ ନିମାପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପରାସ୍ତ କରିଥିଲେ ।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Next Post