ମଲାୱି ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ

ମଲାଓ୍ବି ଉପରାଷ୍ଟ୍ରପତି ସୌଲୋସି କ୍ଲାସ ଚିଲିମାଙ୍କ ଏକ ବିମାନ ଦୁର୍ଘଟଣାରେ ନିଧନ ହୋଇଛି । ମଲାଓ୍ବି ରାଷ୍ଟ୍ରପତି ଲାଜର ଚକଓ୍ବେରା ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ସମ୍ବୋଧନ କରି ସେ ଏହି ଦୁଃଖଦ ଖବର ଦେଇଛନ୍ତି । ସେ କହିଛନ୍ତି ଯେ ମଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ କ୍ଲାସ ଚିଲିମାଙ୍କୁ ନେଇ ଯାଇଥିବା ବିମାନରେ ଥିବା ସମସ୍ତ ଯାତ୍ରୀ ମୃତ୍ୟୁ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ସୋମବାର ସଂଧ୍ୟାରୁ ଉପରାଷ୍ଟ୍ରପତି ନେଇ ଯାଉଥିବା ବିମାନ ନିଖୋଜ ଥିଲା ।

ନ୍ୟୁଜ ଏଜେନ୍ସି ରାୟର୍ଟସ ଅନୁଯାୟୀ  ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ ନେଇ ଯାଉଥିବା ବିମାନ ସ୍ଥାନୀୟ ସମୟ ୯ଟା ୧୭ରେ ରାଜଧାନୀ ଲିଲୋଙ୍ଗୱେରୁ ଉଡ଼ିଥିଲା।

ପ୍ରାୟ ୪୫ ମିନିଟ ପରେ ଏହି ବିମାନ ୩୭୦ କିଲୋମିଟର ଦୂରରେ ଥିବା ମିଜୁଜୁ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବାର ଥିଲା, କିନ୍ତୁ ରାଡାରରୁ ଅଦୃଶ୍ୟ ହେବା ପରେ ବିମାନ କର୍ତ୍ତୃପକ୍ଷ ବିମାନ ସହ ଯୋଗାଯୋଗ କରିପାରି ନାହାଁନ୍ତି।