ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମଙ୍ଗଳବାର ବିଧାୟକ ଦଳ ବୈଠକ ୪ଟା ୩୦ ମିନିଟ୍ରେ ଅନୁଷ୍ଠିତ ହେବ। ଏହି ବୈଠକରେ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରରୁ ଦାୟିତ୍ୱ ପାଇଥିବା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିବେ। ଏହାପରେ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକ ଯିବେ। ବୁଧବାର ଜନତା ମଇଦାନଠାରେ ଭାଜପାର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚି ରାଜଭବନ ଯିବେ। ସେଠାରୁ ଅପରାହ୍ନ ୪ଟାରେ ବାହାରି ଜୟଦେବ ବିହାରରୁ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ଶୋ’ କରିବେ। ଏହାପରେ ୪ଟା ୪୫ରେ ଜନତା ମଇଦାନଠାରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ବୋଲି ବାଲେଶ୍ୱର ଏମ୍ପି ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପ୍ରତାପ କହିଛନ୍ତି, ଓଡ଼ିଶାରେ ପ୍ରଥମ କରି ଭାଜପା ସରକାର ଗଠନ କରିବାକୁ ଯାଉଛି। ରାଜ୍ୟରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି। ପାର୍ଲାମେଣ୍ଟ ଏବେ ବିଜେଡି ମୁକ୍ତ ହୋଇଛି ଓ ଭାଜପା ପୂର୍ଣ୍ଣ ବହୁମତରେ ସରକାର ପ୍ରତିଷ୍ଠା କରିଛି। ଓଡ଼ିଶାରେ ‘ଡବଲ ଇଞ୍ଜିନ ସରକାର ଗଠନ’ ହେଉଛି। ଏଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ନିଜ ଘରେ, ମନ୍ଦିରଗୁଡ଼ିକରେ ଦୁଇଟି ଲେଖାଏଁ ଦୀପ ଜାଳି ସରକାର ପରିବର୍ତ୍ତନର ଖୁସି ମନାନ୍ତୁ। ସେଥିରୁ ଗୋଟିଏ କେନ୍ଦ୍ରରେ ୩ୟ ଥର ମୋଦି ସରକାର ଏବଂ ରାଜ୍ୟରେ ପ୍ରଥମ କରି ଭାଜପା ସରକାର ଗଠନ ପାଇଁ ଜଳାନ୍ତୁ ବୋଲି ସେ କହିଛନ୍ତି।
ଅନ୍ୟପଟେ ଭାଜପାରୁ ଏମ୍ପି ଭାବେ ବିଜୟୀ ହୋଇଥିବା କୌଣସି ନେତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ କରିବ ନାହିଁ ବୋଲି ଯାହା ଆକଳନ କରାଯାଉଥିଲା ତାହା ଏକପ୍ରକାର ସ୍ପଷ୍ଟ ହୋଇଛି। ରାଜ୍ୟରେ ଭାଜପା ଟିକେଟରେ ବିଜୟୀ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ହିଁ ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଯାହା ଅନୁମାନ କରାଯାଉଥିଲା ସେନେଇ ଦଳୀୟ ନେତା ମଧ୍ୟ ମତ ରଖିସାରିଲେଣି। କନ୍ଧମାଳ ଏମ୍ପି ସୁକାନ୍ତ ପାଣିଗ୍ରାହୀ ଦିଲ୍ଲୀରୁ ଫେରିବା ପରେ ଜଣେ ବିଧାୟକ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ସୁରେଶ ପୂଜାରୀ ମଧ୍ୟ ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କିଏ ହେବେ ଘୋଷଣାକୁ ଅପେକ୍ଷା କରନ୍ତୁ। ଦଳୀୟ ନିଷ୍ପତ୍ତି ପରେ ଜଣାପଡ଼ିବ। ଏନେଇ ଖୁବ୍ଶୀଘ୍ର ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂ, ଭୂପେନ୍ଦ୍ର ଯାଦବ ଆସିବେ। ବିଧାୟକ ଦଳ ବୈଠକରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ କହିଛନ୍ତି। ଅନ୍ୟପଟେ ଭାଜପାର ଶପଥ ଉତ୍ସବ କାର୍ଯ୍ୟକ୍ରମ ଲାଗି ଜନତାମଇଦାନଠାରେ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇସାରିଛି।
Trending
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
- ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ମାମଲା: ବରିଷ୍ଠ ଆଇପିଏସ୍ ଙ୍କୁ ଆଜି ଅତିଥି ଭବନରେ ଜେରା କରିପାରେ NHRC
- ବିହାରର ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ, 4 ମୃତ , କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
- ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣା: ସାଙ୍ଗ ଓ ଦୁଇ ଅଭିଯୋଗକାରୀ ଯୁବତୀଙ୍କୁ ପଚରା ଉଚରା କଲା NHRC ଟିମ୍
- ରୁପାଲି ଛକ ନିକଟରେ କୁଢ଼ କୁଢ଼ ଅଳିଆ ଓ ମଦ ବଟଲ ଦେଖି ରାଗିଗଲେ ଭୁବନେଶ୍ୱର ମେୟର
- ଦିଲ୍ଲୀର ମାଲବ୍ୟ ନଗରରେ ଥିବା ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲାଗି ୨୦ ଜଣଙ୍କ ମୃତ୍ୟୁ,ଏକାଧିକ ଗୁରୁତର
- ଆଜିଠୁ ପୁରୀରେ ଆରମ୍ଭ ହେବ ବ୍ରିକ୍ସ ସମ୍ମିଳନୀ,ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
Prev Post
Next Post