ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଶେୟାର ମାର୍କେଟ ଏହାର ପୁରୁଣା ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଥିଲା। ହେଲେ କାରବାର ଶେଷ ବେଳକୁ ବଜାରରେ ହ୍ରାସ ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ୍ ସେକ୍ଟର ଭଲ କାରବାର ହୋଇଥିଲା । ଏହି ଷ୍ଟକ୍ସରୁ ନିବେଶକ ଭଲ ଲାଭ କରିଥିଲେ । ସେନ୍ସେକ୍ସ ୫୯୦ ପଏଣ୍ଟ ଖସି ଯାଇଥିବା ବେଳେ ନିଫ୍ଟି ୧୫୦ ପଏଣ୍ଟ ଖସିଯାଇଥିଲା । କାରବାର ଶେଷ ବେଳକୁ ସେନ୍ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୬,୪୯୦ ଅଙ୍କରେ ଏବଂ ନିଫ୍ଟିରେ ୩୧ ପଏଣ୍ଟ ହ୍ରାସ ପାଇ ୨୩,୨୫୯ ଅଙ୍କରେ ବନ୍ଦ ହୋଇଥିଲା ।କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଥିବା ବେଳେ ନିଫ୍ଟି ସଙ୍ଗେସଙ୍ଗେ ଲାଲ୍ ହୋଇଯାଇଥିବା ଦେଖିବାକୁ ମିଳିଛି। ବ୍ୟାଙ୍କ ନିଫ୍ଟିରେ ହ୍ରାସ ଘଟି ଏହା ୪୯,୫୩୯ ପଏଣ୍ଟ ତଳକୁ ଖସି ଆସିଛି । ବିଏସ୍ଇର ସେନ୍ସେକ୍ସରେ ୧୯୦.୮୨ ଅଙ୍କ ଅର୍ଥାତ ୦.୨୫ ପ୍ରତିଶତ ବୃଦ୍ଧି ହୋଇ ୭୬,୬୮୦ରେ ଖୋଲିଥିଲା । ସେହିପରି ଏନ୍ଏସ୍ଇର ନିଫ୍ଟିରେ ୨୪.୫୫ ଅଙ୍କ ବୃଦ୍ଧି ହୋଇ ୨୩,୨୮୩ ପଏଣ୍ଟରେ ଖୋଲିଥିଲା । ନିଫ୍ଟିର ୫୦ କମ୍ପାନୀର ଶେୟାର ମଧ୍ୟରୁ ୨୯ଟି କମ୍ପାନୀର ଶେୟାରରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ସେନସେକ୍ସର ୩୦ କମ୍ପାନୀ ମଧ୍ୟରୁ ୧୫ଟି କମ୍ପାନୀର ଶେୟାର ଦାମ୍ରେ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ୧୫ଟିରେ ହ୍ରାସ ଘଟିଛି ।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼