ଚଳିତ ବର୍ଷ ମେ’ ମାସରେ ଗାଡ଼ି ବିକ୍ରି ଗୁରୁତର ଭାବେ ପ୍ରଭାବିତ ହୋଇଛି। କାର୍ ଓ ଟ୍ରାକ୍ଟର ବିକ୍ରି ହ୍ରାସ ପାଇଛି। ପ୍ରବଳ ଗରମ କାରଣରୁ ସୋ’ରୁମ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ୧୮% ହ୍ରାସ ପାଇଥିଲା। ଗରମ ସାଙ୍ଗକୁ ନିର୍ବାଚନ ତାତି ଗାଡ଼ି ବିକ୍ରିକୁ ଆହୁରି ପ୍ରଭାବିତ କରିଥିଲା। ଗାଡ଼ି ଡିଲରଙ୍କ ସର୍ବଭାରତୀୟ ସଂଘ ଏଫ୍ଏଡିଏର ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ୍ ତୁଳନାରେ ମେ’ରେ ବିଭିନ୍ନ ପ୍ରକାର ଗାଡ଼ିର ବିକ୍ରି ହ୍ରାସ ପାଇଛି। ଏପ୍ରିଲ୍ରେ ମୋଟ ୨୨ ଲକ୍ଷ ୦୬ ହଜାର ୦୭୦ ଗାଡ଼ି ବିକ୍ରି ହୋଇଥିଲା। ମେ’ରେ ସେହି ସଂଖ୍ୟା ୨୦ ଲକ୍ଷ ୮୯ ହଜାର ୬୦୩କୁ ଖସିଆସିଛି। ସ୍କୁଟର, ବାଇକ୍, କାର୍ ଓ କମର୍ସିଆଲ୍ ଗାଡ଼ି ବିକ୍ରି କମିଛି। ଗତ ଏପ୍ରିଲ୍ରେ ୧୬ ଲକ୍ଷ ୪୩ ହଜାର ଦୁଇଚକିଆ ଗାଡ଼ି ବିକ୍ରି ହୋଇଥିଲା। ମେ’ରେ ତା’ଠାରୁ କମ୍ ଅର୍ଥାତ ୧୫ ଲକ୍ଷ ୩୪ ହଜାର ଦୁଇଚକିଆ ଗାଡ଼ି ବିକ୍ରି ହୋଇଛି। ସେହିପରି ଏପ୍ରିଲ୍ରେ ୩ ଲକ୍ଷ ୩୫ ହଜାରରୁ ଅଧିକ କାର୍ ବିକ୍ରି ହୋଇଥିବା ବେଳେ ମେ’ରେ ୩ ଲକ୍ଷ ୩ ହଜାର କାର୍ ବିକ୍ରି ହୋଇଛି। କମର୍ସିଆଲ୍ ଗାଡ଼ି ବିକ୍ରି ୯୦,୭୦୭ରୁ ହ୍ରାସ ପାଇ ୮୩,୦୫୯ରେ ପହଞ୍ଚିଛି।ଏଫ୍ଏଡିଏର ସଭାପତି ମନିଷ ରାଜ ସିଂଘାନିଆ କହିଛନ୍ତି ଯେ ଡିଲର୍ମାନଙ୍କ କହିବାନୁସାରେ ମେ’ରେ ଯୋଗାଣରେ ସମସ୍ୟା ଥିଲା। କମ୍ପାନିଗୁଡ଼ିକ ତରଫରୁ ବ୍ୟାପକ ମାର୍କେଟିଂ କରାଯାଇନଥିଲା। ଲୋକସଭା ନିର୍ବାଚନ ଓ ଅତ୍ୟଧିକ ଗରମ ମଧ୍ୟ ବିକ୍ରିକୁ ପ୍ରଭାବିତ କରିଥିଲା। ଗ୍ରାମାଞ୍ଚଳରେ ଗାଡ଼ି ପାଇଁ ଚାହିଦା ରହିବାରୁ ସୋ’ରୁମ୍ଗୁଡ଼ିକରେ କୌଣସି ପ୍ରକାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କାର୍ କ୍ଷେତ୍ରରେ ମଧ୍ୟ ନିର୍ବାଚନ ଓ ପ୍ରବଳ ଗରମ ବଡ଼ କାରଣ ଭାବେ ଉଭା ହୋଇଥିଲା।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post