ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ ନେଇଥିବା ବେଳେ ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ପଡ଼ିଛି । ସୋମବାର ମାର୍କେଟ ଜୋରଦାର୍ ବୃଦ୍ଧି ସହିତ ଖୋଲି ଥିଲା । ଏଥିସହିତ ସମସ୍ତ ରେକର୍ଡ ଭାଙ୍ଗି ୭୭,୦୦୦ ପଏଣ୍ଟରେ ପହଞ୍ଚିଯାଇଥିଲା ।ଦେଶରେ ଏନ୍ଡିଏ ସରକାର ଗଠନ ହୋଇସାରିଛି । ନରେନ୍ଦ୍ର ମୋଦି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହାର ପ୍ରଭାବରୁ ସେୟାର ବଜାର ଇତିହାସ ରଚିଥିଲା । ସପ୍ତାହର ଆରମ୍ଭ ଦିନରୁ ବିଏସଇର ସେନ୍ସେକ୍ସ ୩୨୩.୬୪ ଅଙ୍କ ବୃଦ୍ଧି ପାଇ ପ୍ରଥମଥର ପାଇଁ ୭୭,୦୦୦ ଅଙ୍କ ପାର କରିଥିଲା। ଆଜି ୭୭,୦୧୭ ପଏଣ୍ଟରେ ମାର୍କେଟ ଖୋଲିଥିଲା। ଅନ୍ୟପଟେ ନିଫ୍ଟିରେ ମଧ୍ୟ ବୃଦ୍ଧି ହୋଇ ୧୦୫ ଅଙ୍କ ବୃଦ୍ଧି ପାଇ ୨୩,୪୦୦ରେ ଖୋଲିଥିଲା।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post