ଆଲ୍‌କାରାଜଙ୍କୁ ତୃତୀୟ ଗ୍ରାଣ୍ଡ ସ୍ଲାମ୍‌ ମୁକୁଟ

ସ୍ପେନୀୟ ଯୁବ ତାରକା କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଫ୍ରେଞ୍ଚ ଓପନ୍‌ ପୁରୁଷ ଏକକ ଟ୍ରଫି ବିଜେତା ହୋଇଛନ୍ତି। ରବିବାର କଡ଼ା ସଂଘର୍ଷ ପୂର୍ଣ୍ଣ ଫ୍ରେଞ୍ଚ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ରେ ଏହି ତୃତୀୟ ମାନ୍ୟତାପ୍ରାପ୍ତ ଖେଳାଳି ୬-୩, ୨-୬, ୫-୭, ୬-୧, ୬-୨ ସେଟ୍‌ରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଜର୍ମାନିର ଆଲେକ୍‌ଜାଣ୍ଡର ଭେରେଭଙ୍କୁ ପରାସ୍ତ କରିଛନ୍ତି। ରୋଲାଁ ଗାରୋସରେ ପ୍ରଥମ ଥର ଫାଇନାଲ୍‌ ଖେଳିଥିବା ଗାର୍ଫିଆ ଏହି ବିଜୟ ସହ ନିଜ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି ସଂଖ୍ୟା ୩ରେ ପହଞ୍ଚାଇଛନ୍ତି। ପୂର୍ବରୁ ସେ ୨୦୨୨ରେ ୟୁଏସ୍‌ ଓପନ୍‌ ଏବଂ ୨୦୨୩ରେ ୱିମ୍ବଲଡନ୍‌ ଟ୍ରଫି ଜିତିଥିଲେ। ଏଥିସହ ୨୧ ବର୍ଷୀୟ ଅଲ୍‌କାରାଜ ୩ ଥର ଗ୍ରାଣ୍ଡ ସ୍ଲାମ୍‌ ଫାଇନାଲ୍‌ରେ ପହଞ୍ଚି ୩ ଥର ଟ୍ରଫି ହାତେଇବାର ସଫଳ ହୋଇଛନ୍ତି। ସେମିଫାଇନାଲ୍‌ରେ ଅଲ୍‌କାରାଜ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜେତା ଜାନିକ ସିନ୍ନରଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ। ଅନ୍ୟପକ୍ଷରେ ୨୭ ବର୍ଷୀୟ ଭେରେଭ ଦ୍ବିତୀୟ ଥର ଲାଗି ଗ୍ରାଣ୍ଡ ସ୍ଲାମ୍‌ରେ ପହଞ୍ଚିଥିଲେ ମଧ୍ୟ ବିଜେତା ଟ୍ରଫି ସ୍ବପ୍ନ ପୂରଣ କରିପାରି ନାହାନ୍ତି। ୨୦୨୦ରେ ୟୁଏସ୍‌ ଓପନ୍‌ ‌ଫାଇନାଲ୍‌ରେ ସେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲେ।