ମୋଦୀଙ୍କ ତୃତୀୟ ପାଳିରେ ବଡ଼ ଅର୍ଥନୈତିକ ସଂସ୍କାର ପ୍ରକ୍ରିୟା ଜାରି ରହିବ। ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ୨୦୨୪ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଲାଗି ମୋଦୀ ଯେଉଁ ସ୍ବପ୍ନ ଦେଖିଛନ୍ତି ତାହା ପୂରଣ କରିବାକୁ ହେଲେ ଭିତ୍ତିଭୂମି, ଶ୍ରମ ଓ ମାନୁଫାକ୍ଚରିଂ (ବିନିର୍ମାଣ) କ୍ଷେତ୍ରରେ ସଂସ୍କାର ଆଣିବାକୁ ପଡ଼ିବ। ଚତୁର୍ଦଶ ଅର୍ଥ ଆୟୋଗଙ୍କ ସଦସ୍ୟ ଗୋବିନ୍ଦ ରାଓ କହିଛନ୍ତି ଯେ ଏକ ମେଣ୍ଟ ସରକାରରେ ବଡ଼ ସଂସ୍କାର ପଦକ୍ଷେପ ଗ୍ରହଣ କରିବା ସହଜ କାମ ନୁହେଁ। କିନ୍ତୁ ତାହା ଉପରେ ହିଁ ସରକାର ଅଧିକ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।ମେଣ୍ଟ ସରକାର ହୋଇଥିବାରୁ ଆଗାମୀ ଦିନରେ ଜନପ୍ରିୟ ଯୋଜନାରେ ବ୍ୟୟ ବଢ଼ିବ। କିନ୍ତୁ ସରକାରଙ୍କ ଲକ୍ଷ୍ୟ ମେଡ୍ ଇନ୍ ଇଣ୍ଡିଆରେ ସଂସ୍କାର ଆଣିବା, ଭିତ୍ତିଭୂମି ଓ ମାନୁଫାକ୍ଚରିଂ କ୍ଷେତ୍ରକୁ ଅଗ୍ରାଧିକାର ଦେବା ଉପରେ ରହିବା ଦରକାର। ଦେଶର ଆର୍ଥିକ ସ୍ଥିତି ବହୁତ ଭଲ ଥିବା ବେଳେ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ସରକାରଙ୍କୁ ଆହୁରି ସୁବିଧାଜନକ ସ୍ଥିତିରେ ରଖିଛି। ସରକାର ଚାହିଲେ ଭିତ୍ତିଭୂମି ବିକାଶରେ ସେହି ଅର୍ଥ ବିନିଯୋଗ କରିପାରିବେ। ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସର ଅବସରପ୍ରାପ୍ତ ପ୍ରଫେସର ଗୌତମ ସେନ୍ କହିଛନ୍ତି ଯେ ପ୍ରତିରକ୍ଷାର ଆଧୁନିକୀକରଣ ଓ ସ୍ବଦେଶୀକରଣ ନିଶ୍ଚିତ ରୂପେ ଜାରି ରହିବ। ଜୁଲାଇରେ ଆସିବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ରୁ ମୋଦୀ ସରକାର କ’ଣ କରିବାକୁ ଚାହୁଛନ୍ତି ତାହାର ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଅନେକ ଅର୍ଥନୀତିଜ୍ଞ ଆକଳନ କରିଛନ୍ତି ଯେ ବଜେଟ୍ରେ ଚାଷୀ ଓ ଗରିବ ଲୋକମାନଙ୍କୁ ପ୍ରାଧାନ୍ୟ ମିଳିବ। ଆସନ୍ତା ପାଞ୍ଚ ବର୍ଷରେ ଦେଶର ଅର୍ଥନୀତି କେଉଁ ଆଡ଼କୁ ଯିବ ତାହା ବଜେଟ୍ରୁ ଜଣାପଡ଼ିବ। ତେବେ ନୂଆ ସରକାରଙ୍କୁ ଅନ୍ତର୍ଜାତୀୟ ସ୍ତରରେ ଘଟୁଥିବା ଘଟଣାର ପ୍ରଭାବ ପ୍ରତି ସଜାଗ ରହିବାକୁ ପଡ଼ିବ ବୋଲି ସେମାନେ ସତର୍କ କରାଇଛନ୍ତି।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା