ବଜାରକୁ ଆସିଲା ହିରୋର ଅଲ୍ ନ୍ୟୁ ଜୁମ୍୧୦୦
ଅଲ୍ ନ୍ୟୁ ହିରୋ ଜୁମ୍୧୦୦ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବୈଶିଷ୍ଟ୍ୟ ସାଙ୍ଗକୁ ସୁରକ୍ଷା ଫିଚର ଓ ଟେକ୍ନୋଲୋଜି ସଂଯୋଗ କରାଯାଇଛି। ଏପରିକି ୪ଟି ଆକର୍ଷଣୀୟ କଲର ସହ ୪ଟି ଭାରିଆଣ୍ଟରେ ଏହା ଉପଲବ୍ଧ ହେଉଛି। ବିଶେଷକରି ଏହାର ସିଲ୍ଭର ଓ ବ୍ଲାକ୍ ପେଣ୍ଟ ବେଶ୍ ଚମତ୍କାର ଓ ଆକର୍ଷଣୀୟ ହୋଇଥିଲାବେଳେ ଏହାର ଡିଜାଇନ ଓ ଫିଚର ସହ ଲୁକ୍ ଗ୍ରାହକଙ୍କୁ ବେଶ୍ ଆକୃଷ୍ଟ କରିଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି ୧୧୦.୯ ସିସି ଇଞ୍ଜିନ ସହ ୮.୦୫ବିଏଚ୍ପି କ୍ଷମତା ବହନ କରୁଥିବାବେଳେ ମଡେଲର ଡିଜାଇନ ଓ କଭର ବେଶ୍ ଆକର୍ଷଣୀୟ ହୋଇଛି। ଏହାର ବଜାର ମୂଲ୍ୟ (ଏକ୍ସଶୋରୁମ୍ ନୂଆଦିଲ୍ଲୀ) ୮୦, ୯୬୭ ଟଙ୍କା ରହିଛି।