ଖୁବ୍‌ଶୀଘ୍ର ଦେଶରେ ଆରମ୍ଭ ହେବ ସାଟେଲାଇଟ୍‌ଭିତ୍ତିକ ଟୋଲ୍‌ ସଂଗ୍ରହ

ଖୁବଶୀଘ୍ର ସରକାର ଦେଶରେ ସାଟେଲେଇଟଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା କରିବେ  । ପ୍ରଥମେ ବାଣିଜ୍ୟିକ ଯାନଗୁଡ଼ିକ ପାଇଁ ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପରେ ଘରୋଇ କାର , ଜିପ୍, ଏବଂ ଭ୍ୟାନଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ଏହାକୁ ଲାଗୁ କରାଯିବ । ଦୁଇ ବର୍ଷ ମଧ୍ୟରେ  ଦେଶବ୍ୟାପୀ ଟୋଲ ସଂଗ୍ରହ ପାଇଁ ଗ୍ଲୋବାଲ ନାଭିଗେସନ ସାଟେଲାଇଟ ସିଷ୍ଟମ କୁ ଲାଗୁ କରାଯିବ । ଟୋଲିଂ ଅପରେଶନର ଦକ୍ଷତା ବୃଦ୍ଧି ପାଇଁ  ଏ ଯୋଜନା କରାଯାଇଛି । ୟୁଜର ଯେତେ ଦ୍ବରତ୍ବ ଯାତ୍ରା କରିଛନ୍ତି ସେତିକି ହି ଟୋଲ ଦେବେ । ତାହା ନିଶ୍ଚିତ କରିବା ପାଇଁ ଏ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ପ୍ରକାଶଯୋଗ୍ୟ ଗ୍ଲୋବାଲ ନାଭିଗେଶନ ସାଟେଲାଇଟ ସିଷ୍ଟମଭିତ୍ତିକ ଟୋଲିଂ ହେଉଛି ଇଲୋକ୍ର୍ଟେନିକ ଟୋଲ ସଂଗ୍ରହର ଏକ ସମସ୍ୟାବିହିନ୍ନ ପଦ୍ଧତି । ଏହା ଅଧୀନରେ ସଡ଼କ ୟୁଜର ରାଜପଥର ଯତିକି ଦୂର ଯାତ୍ରା କରିଥିବେ , ସେତିକିର ହିଁ ଶୁଳ୍କ ପ୍ରଦାନ କରିବେ ।