ବିଜେଡିକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ନିର୍ବାଚନ ହାରିବା ପରେ ଦଳର ଜଣେ ବରିଷ୍ଠ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ଲୋକସଭା ଆସନର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଆଜି ଦଳ ଛାଡ଼ି ପଦ୍ମ ଧରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ବିଜେପିକୁ ନିଜର କରିଛନ୍ତି । ଏ ନେଇ ଦୀର୍ଘ ଦିନରୁ ଆଲୋଚନା ଲାଗି ରହିଥିବା ବେଳେ ଆଜି ଏହା ସତରେ ପରିଣତ ହୋଇଛି ।୨୦୨୪ ନିର୍ବାଚନରେ ପରାସ୍ତ ହୋଇଥିବା ବିଜେଡିର ହାତ ଛାଡ଼ିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ୧୯୯୮ ମସିହାରୁ ୨୦୧୯ ପର୍ୟ୍ୟନ୍ତ ଭୁବନେଶ୍ୱରର ସାଂସଦ ଭାବରେ ସେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ ଦଳ ତାଙ୍କ ଉପରେ ଟିକେଟ ଦେଇନଥିଲା । ୫ ଥର ଭୁବନେଶ୍ୱରରୁ ବିଜୟ ଟୀକା ପିନ୍ଧିଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ସ୍ଥାନରେ ଭୁବନେଶ୍ୱର ଲୋକସଭା ଆସନ ପାଇଁ ଅରୂପ ମୋହନ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା । ସେହିପରି ଚଳିତ ନିର୍ବାଚନରେ ମଧ୍ୟ ନବାଗତ ମନ୍ମଥ ରାଉତରାୟଙ୍କ ମୁଣ୍ଡରେ ଏହି ଦାୟିତ୍ୱ ପ୍ରଦାନ କରିଥିଲା ବିଜେଡି । ବିଜେଡିର ଏହି ନିଷ୍ପତ୍ତିକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ଖୁବ ଅସନ୍ତୋଷ ରହିଥିଲେ । ଯାହା ଫଳରେ ଆଜି ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହାଇଛନ୍ତି ।ତେବେ ବିଜେଡିରେ ଥିବା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ଗ୍ରହଣ କରିଥିଲେ ପ୍ରସନ୍ନ ପାଟ୍ଟଶାଣୀ । ତେବେ ତାଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ପଠାଇବା ପାଇଁ ଦଳ ପ୍ରତିଶ୍ରୁତି ଦେଇଥିଲା ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ