ଦୀର୍ଘ ୨୫ ଧରି ଓଡ଼ିଶାରେ କ୍ଷମତାସୀନ ରହିବା ପରେ ବିଜେଡି ଅଚାନକ କ୍ଷମତାଚ୍ୟୁତ ହେବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଛି । ଆସନ୍ତା ୧୦ ତାରିଖରେ ନୂଆ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ଅଧ୍ୟକ୍ଷ ଲେନିନ୍ ମହାନ୍ତି ଇସ୍ତଫା ଦେଇଛନ୍ତି ।ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଲେନିନ୍ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଲେନିନ୍ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ସେ ଏବେ ବିଜେଡିର ମୁଖପାତ୍ର ରହିଛନ୍ତି । ଗତ ୪ ତାରିଖରେ ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଲେନିନ୍ ଓଟିଡିସି ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି । ତେବେ ଇସ୍ତଫା ଦେବା ପରେ ଲେନିନ୍ ନିଜର ପ୍ରତିକ୍ରିୟା ରଖିଥିଲେ । ସରକାର ପରିବର୍ତ୍ତନ ହେବା ଏକ ସାଧାରଣ ପ୍ରକ୍ରିୟା । ୪୦ ବର୍ଷର ପେଣ୍ଡିଂ କାମକୁ ସେ ତାଙ୍କର କାର୍ଯ୍ୟକାଳରେ ଶେଷ କରିବାକୁ ପ୍ରୟାସ କରିଥିଲେ । ତାଙ୍କର ନେତା ନବୀନ ପଟ୍ଟନାୟକ ସହ ରହି ସେ ଆଗାମୀ ଦିନରେ ଓଡ଼ିଶାର ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ ।
Trending
- ନ ଜଣାଇ ରାହୁଲ ବିଦେଶ ପଳାଉଛନ୍ତି – ସିଆରପିଏଫ
- ନିୟୁ ସିଟିକୁ କ୍ୟାବିନେଟ ମୋହର
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ସୁଭଦ୍ରା ଯୋଜନା ଟଙ୍କା ମିଳୁନଥିଲେ ପୁଣି ଆବେଦନ କରିପାରିବେ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା