ଜୁନ୍ ୧୭ରୁ ଖୋଲିବ ସ୍କୁଲ
ଆସନ୍ତା ୧୭ ତାରିଖରେ ସ୍କୁଲ ଖୋଲିବ । ଏନେଇ ପୂର୍ବ ପ୍ରସ୍ତୁତ କରାଯିବା ସହିତି ଶ୍ରେଣୀଗୃହ, ଶୌଚାଳୟ, କ୍ୟାମ୍ପସକୁ ପରିଷ୍କାର କରାଯିବ । ସ୍କୁଲ ଖୋଲିବାର ଦିନକ ପୂର୍ବରୁ ପାଚିକା ଓ ସହାୟିକା ସ୍କୁଲକୁ ଆସିବାକୁ କୁହାଯାଇଛି । ସେମାନେ ମଧ୍ୟାହ୍ନ ଭୋଜନ ପାଇଁ ସାମଗ୍ରୀକୁ ଯାଞ୍ଚ କରିବା ସହ ସମସ୍ତ ଜିନିଷର ଯାଞ୍ଚ କରିବେ । ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ହୋଇଥିବା ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହ ନିର୍ଦ୍ଦେଶ ଦିଆଯାଇଛି ।